କେନ୍ଦୁଝର

ଆନନ୍ଦପୁର ବ୍ରିଜ୍ ଛକ ନିକଟରେ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିଲା କାର୍ , ଦୁର୍ଘଟଣାରେ ୫ ଜଣ ଆହତ ।

ବିବାହରେ ଯୋଗଦେଇ ଶାଳପଡା ଫେରୁଥିବା ସମୟରେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି । 

ଆନନ୍ଦପୁର/୧୨/୦୩ – ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଭାରସାମ୍ଯ ହରାଇ ୩୦ ଫୁଟ୍ ତଳକୁ ଖିସିଲା କାର୍,  ୫ ଆହତ । ଆହତଙ୍କ ମଧ୍ୟରୁ  ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ଥ ଆହତ ସ୍ଥାନୀୟ ପଦ୍ମପୁର ଗାଁର ବୋଲି ଜଣାପଡିଛି। ଏମାନେ ସମସ୍ତେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳକୁ ଏକ ବିବାହରେ ବରଯାତ୍ରୀ ହୋଇ ଯାଇଥିଲେ ।

ତେବେ ବିବାହରେ ଯୋଗଦେଇ ସେଠାରୁ ଶାଳପଡା ଫେରୁଥିବା ସମୟରେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ସମସ୍ଥ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Show More

Related Articles

Back to top button