
କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ ।
କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ଘରଦ୍ୱାର, ଲୋକେ ଆତଙ୍କିତ ।

କେନ୍ଦୁଝର/୧୧/୦୩ – କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ସୋମବାର ପୂର୍ବାହ୍ନ ପ୍ରାୟ ସାଢେ଼ ଏଗାରଟା ସମୟରେ ଏହି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଖଣି ଅଞ୍ଚଳ କୋଇଡା, ଗୁଆଲି, ଯୋଡ଼ା, ବଡ଼ବିଲ ସହ ଚମ୍ପୁଆ, ପାଟଣା ଆଦି ଅଞ୍ଚଳରେ ଦୁଇ ଦୁଇଥର ପ୍ରଚଣ୍ଡ ଶବ୍ଦ ହେବା ସହ ଘରଦ୍ୱାର ଥରି ଉଠିଥିଲାବେଳେ ମୃଦୁ ଭୂକମ୍ପ ହୋଇଥିବା ପରି ଅନୁଭବ କରିଥିଲେ । ଆକାଶ ମାର୍ଗରେ ୨ଟି ଜେଟ୍ ବିମାନ ଯିବା ସମୟରେହିଁ ଏଭଳି ଶବ୍ଦ ହେବା ସହ ଆକାଶରେ ଧୂଆଁ ଭଳି ଦେଖିବାକୁ ମିଳିଥିଲା ବୋଲି ଲୋକେ କହିଛନ୍ତି ।
ତେବେ ପୂର୍ବରୁ ଅନେକ ସ୍ଥାନରେ ଏଭଳି ରହସ୍ୟମୟ ଶବ୍ଦ ଶୁଣା ଯାଇଥିଲାବେଳେ, ଏୟାର କ୍ରାଫ୍ଟ ପରୀକ୍ଷଣ ବେଳେ ସୋନିକ ବୁମ୍ ବା ଏପରି କିଛି ଶବ୍ଦ ବେଳେବେଳେ ଶୁଣାଯାଇଥାଏ । ବିମାନ ୬୫ରୁ ୮୦ କିଲୋମିଟର ଦୂରରେ ଗତି କରୁଥିଲାବେଳେ ଏପରି ଶଦ୍ଦ ଶୁଣାଯାଇଥାଏ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହଯାଇଥିଲା ।