ଅପରାଧକେନ୍ଦୁଝରଜିଲ୍ଲାରାଜ୍ୟ

ନୃଶଂସ ପୁଅର ଅମାନବୀୟ କାଣ୍ଡ । କାଠ ଫାଳିଆରେ କଲା ଆକ୍ରମଣ, ମାଆ ମୃତ ଭଉଣୀ ଗୁରୁତର

ଯୋଡ଼ା/୧୫/୦୯ – ନୃଶଂସ ପୁଅର ଅମାନବୀୟ କାଣ୍ଡ । ନିଜ ମା’କୁ କାଠ ଫାଳିଆରେ ପିଟି ପିଟି ମାରିଦେଲା  ପିଶାଚ ପୁଅ । କେବଳ ମା’ଙ୍କୁ ନୁହେଁ ନିଜ ଭଉଣୀକୁ ବି ମରଣାନ୍ତକ ଆକ୍ରମଣ କରିଥିଲା ଅବିବେକି ଭାଇ । ଏହି ଦୁଃଖଦ ଘଟଣା ଘଟିଛି ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହିରେ । ଘଟଣା ସ୍ଥଳରେ ମା’ ଗୁରୁବାରୀ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ, ଝିଅ ପାନମତୀ ମୁଣ୍ଡାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶନିବାର ସନ୍ଧ୍ୟା ୭ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଥିବା କୁହାଯାଉଛି । ଏହି ଅମାନୁଷିକ ଘଟଣା ଘଟାଇଥିବା ଅଭିଯୁକ୍ତ ପୁଅ ସିମଲ୍ ମୁଣ୍ଡାକୁ କାବୁ କରି ପୋଲିସକୁ ଜିମା ଦେଇଛନ୍ତି ଗ୍ରାମବାସୀ । ତେବେ ସେ ଏଭଳି ନାରକୀୟ କାଣ୍ଡ କାହିଁକି ଘଟାଇଲା ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ପାରିବାରିକ କଳହରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ଯୋଡ଼ା ପୋଲିସ ଅଭିଯୁକ୍ତ ସିମଲ୍ ମୁଣ୍ଡାକୁ ଅଟକ ରଖି ପଚରା ଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Show More

ସମ୍ବନ୍ଧୀୟ ଖବର

Back to top button