
ଯୋଡ଼ା/୦୬/୦୯ – ବୈତରଣୀ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ନିଖୋଜ ହେବା ଘଟଣାର ଦୁଇ ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ଯୋଡ଼ା ଥାନା କଣ୍ଡରା ଗାଁର ସଞ୍ଜିତ ନାଏକ । ବୁଧବାର ଦିନ ପ୍ରାୟ ୧ଟା ସମୟରେ ସଞ୍ଜିତ ନିଜର ସାନ ଭାଇ ଚନ୍ଦନ ଓ ଗ୍ରାମର ଅନ୍ୟ କିଛି ଯୁବକଙ୍କ ସହିତ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ସେ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଦୁଇ ଦିନ ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେହେଁ ସଞ୍ଜିତଙ୍କ ସନ୍ଧାନ ମିଳି ନଥିଲା । ତେବେ ଆଜି ବଡ଼ି ଭୋର୍ ସମୟରେ ସଞ୍ଜିତଙ୍କ ମୃତଦେହ ପାଣି ଉପରକୁ ଭାସି ଉଠି କୂଳରେ ଲାଗିଥିଲା । ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିବା ପରେ ଯୋଡ଼ା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ କଣ୍ଡରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।