
ଯୋଡ଼ା/୦୪/୦୯ : ଯୋଡ଼ା ଥାନା କାନପୁର ଡ୍ୟାମ ନିକଟ ବୈତରଣୀ ନଦୀ ପୋଲ ତଳେ ଗାଧୋଉଥିବାବେଳେ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି କଣ୍ଡରା ଗାଁ ର ସଞ୍ଜିତ ନାଏକ । ଆଜି ଦିନ ପ୍ରାୟ ୧ଟା ସମୟରେ ରଞ୍ଜିତ ନିଜର ସାନ ଭାଇ ଓ ଗ୍ରାମର ଅନ୍ୟ କିଛି ଯୁବକଙ୍କ ସହିତ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ତାଙ୍କ ଗୋଡ଼ ଖସିଯିବା ଫଳରେ ସେ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଏନେଇ ଯୋଡ଼ା ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ Life buoy ( ଜୀବନ ରକ୍ଷକ ଟ୍ୟୁବ୍ ) ନେଇ ନଦୀରେ ବୁଡି ଖୋଜାଖୋଜି କରିଥିଲେହେଁ ଖବର ଲେଖାଯିବା ଯାଏଁ ସଞ୍ଜିତଙ୍କ ପତ୍ତା ମିଳିପାରିନାହିଁ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ର ସର୍ଚ୍ଚ ଅପରେସନ ଜାରି ରହିଛି ।