ରାଜନୀତିରାଜ୍ୟ

ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ କାହାକୁ କେଉଁ ବିଭାଗ

ଭୁବନେଶ୍ୱର, ୧୫/୦୬ – ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାର ତିନି ଦିନ ପରେ ଆଜି ମନ୍ତ୍ରୀମାନଙ୍କ ବିଭାଗ ‍ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ରଘୁବର ଦାସ ନିଜ କ୍ଷମତାର ଉପଯୋଗ କରି ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି । ଏ ନେଇ ରାଜଭବନ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି ।

ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ – ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସଂପଦ, ଯୋଜନା ଓ ସମନ୍ୱୟ, (ଆବଣ୍ଟିତ ନ ହୋଇଥିବା ଅନ୍ୟ ବିଭାଗ)

ଉପ ମୁଖ୍ୟମନ୍ତ୍ରୀ
୧) କନକ ବର୍ଦ୍ଧନ ସିଂହଦେଓ – କୃଷି ଓ କୃଷକ ସଶକ୍ତକରଣ ଏବଂ ଶକ୍ତି
୨) ପ୍ରଭାତୀ ପରିଡ଼ା – ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ

କ୍ୟାବିନେଟ୍ ମନ୍ତ୍ରୀ
୧) ସୁରେଶ ପୂଜାରୀ – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୨) ରବି ନାରାୟଣ ନାୟକ – ଗ୍ରାମ ଉନ୍ନୟନ. ପଞ୍ଚାୟତରାଜ ଓ ପାନୀୟଜଳ
୩) ନିତ୍ୟାନନ୍ଦ ଗଣ୍ଡ – ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତକରଣ
୪) କୃଷ୍ଣଚନ୍ଦ୍ର ପାତ୍ର – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ
୫) ପୃଥ୍ୱୀରାଜ ହରିଚନ୍ଦନ – ଆଇନ୍, ପୁର୍ତ୍ତ ଓ ଅବକାରୀ
୬) ଡ. ମୁକେଶ ମହାଲିଙ୍ଗ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ
୭) ବିଭୁତି ଭୁଷଣ ଜେନା – ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି
୮) ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର – ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)
୧) ଗଣେଶ ରାମ ସିଂ ଖୁଣ୍ଟିଆ – ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା
୨) ସୂର୍ଯ୍ୟବଂଶୀ ସୂରଜ – ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
୩) ପ୍ରଦୀପ ବଳ ସାମନ୍ତ – ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପ
୪) ଗୋକୁଳାନନ୍ଦ ମଲ୍ଲିକ – ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
୫) ସମ୍ପଦ ସ୍ୱାଇଁ – ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

Show More

Related Articles

Back to top button