
ଚମ୍ପୁଆ, ୧୦ା୦୬ – ଚମ୍ପୁଆ ବ୍ଲକ କୋଦଗାଡିଆ ଗ୍ରାମ ପଂଚାୟତର ଚିମିଳା ଠାରେ ମହାନ ସ୍ୱାଧିନତା ସଂଗ୍ରାମୀ ତଥା ଆଦିବାସି ନେତା ତଥା ମହାନ୍ ସ୍ଵାଧୀନତା ସଂଗ୍ରାମୀ ସହିଦ ବିର୍ସା ମୁଣ୍ଡାଙ୍କର ୧୨୪ ତମ ଶ୍ରାଦ୍ଧବାର୍ଷିକି ପାଳିତ ହୋଇଯାଇଛି । ସାଗେନ ସାକାମ ଆଦିବାସି ସାମାଜିକ ସଂଘ ଏବଂ ଆଦିବାସି ହୋ ସମାଜ ମହାସଭା ଆନୁକୁଲ୍ୟାରେ ଚିମିଳା ଗ୍ରାମର ୱାର୍ଡ ମେମ୍ବର ଵୀରବର ମୁଣ୍ଡାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା ।
ଆଦିବାସୀ ହୋ ସମାଜ ମହାସଭା କେନ୍ଦୁଝର ଜିଲ୍ଲା ସଭାପତି ଗୌରଚନ୍ଦ୍ର ମୁଣ୍ଡା ଏଥିରେ ଯୋଗଦେଇ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିର୍ସା ମୁଣ୍ଡାଙ୍କ ଆତ୍ମଜୀବନୀ ଉପରେ ଆଲୋକପାତ କରିବା ସହ ଏହି ମହାନ ବିପ୍ଳଵୀ ତଥା ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନ ଓ ଧର୍ଯ୍ୟ ପାଇଁ ସେ ଆମ ପାଖରେ ସବୁଦିନ ପାଇଁ ଅମର ହୋଇ ରହିବେ ବୋଲି ଶ୍ରୀ ମୁଣ୍ଡା କହିଥିଲେ । ଉପସ୍ଥିତ ଜନସାଧାରଣ ବିର୍ସା ମୁଣ୍ଡାଙ୍କ ପଥ ଅନୁସରଣ କରି ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ଏହା ସହିତ ସଙ୍ଗଠିତ ହୋଇ ଅନ୍ୟାୟ ଅତ୍ୟାଚରର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଦେଶପ୍ରେମ, ଅଦମ୍ୟ ସାହାସ ତଥା ଦେଶ ମାତୃକା ପାଇଁ ବଳିଦାନ ଆଜି ସମସ୍ତଙ୍କ ହୃଦୟରେ ସ୍ଥାନ ପାଇପାରିଛି ବୋଲି ସେ କହିଥିଲେ ।
ଏହି ଅବସରରେ ବିଶିଷ୍ଠ ବୁଦ୍ଧିଜୀବୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇନଜୀଵୀ ବିନୋଦ ହାଇବୁରୁ, ବିରବର ମୁଣ୍ଡା, ଦାସ ମୁଣ୍ଡା, ଅଜୟ ମୁଣ୍ଡା ପ୍ରମୁଖ ଯୋଗ ଦେଇଥିବାବେଳେ, ଶତାଧିକ ଆଦିବାସୀ ସଂପ୍ରଦାୟର ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।