କେନ୍ଦୁଝରଜିଲ୍ଲାରାଜ୍ୟ

ଆରପାରିରେ କଣ୍ଢେଇ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର, ୦୧/୦୬ – ସୁନାମଧନ୍ୟ କାଠି କଣ୍ଡେଇ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ । କେନ୍ଦୁଝର ପୁରୁଣା ବଜାର  ବୈଦରାଜ ସାହି ସ୍ଥିତ ତାଙ୍କ ବାସ ଭବନରେ ଆଜି ସକାଳ ୪:୪୫ ମିନିଟ ସମୟରେ ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନରୁ ସେ ରୋଗାକ୍ରାନ୍ତ  ଥିଲେ। କିଛି ଦିନ ତଳେ ଗୁରୁତର ଅବସ୍ଥାରେ ସେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସାମାନ୍ୟ ସୁସ୍ଥ ହେବାପରେ ପରିବାର ଲୋକ ତାଙ୍କୁ ଘରକୁ ନେଇଆସିଥିଲେ । କାଠି କଣ୍ଢେଇ ନୃତ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମାଗୁଣି ଚରଣ କୁଅଁର । ୨୦୨୩ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ। ମାଗୁଣିଙ୍କ ମୃତ୍ୟୁ ପରେ ତାଙ୍କୁ ଶେଷ ଦର୍ଶନ କରିବା ଲାଗି ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି।

Show More

Related Articles

Back to top button