
କେନ୍ଦୁଝର,୧୩/୦୫ – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ଚାଞ୍ଚଲ୍ୟ । ହରିଚନ୍ଦନପୁର ନିକଟ ରେଳ ଧାରଣାରୁ ଏବିଡିଓଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର । ମୃତ ଏବିଡିଓ ହେଉଛନ୍ତି ବିଧୂଭୂଷଣ ଜେନା । ଖବର ପାଇ ରେଳବାଇ ପୋଲିସ ରେଳ ଧାରଣାରୁ ମୃତ ଏବିଡିଓଙ୍କ ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିବା ସହ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁ ପଛର ସଠିକ୍ କାରଣ ଜଣାପଡ଼ି ନ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ସଠିକ୍ କାରଣ ଜଣାପଡ଼ିବ ବୋଲି ରେଳବାଇ ପୋଲିସ ଅଧିକାରୀ କହିଛନ୍ତି।



