କେନ୍ଦୁଝର

କେନାଲ ଭିତରକୁ ପଶିଗଲା ଚଳନ୍ତା କାର୍ ।

ପାଟଣା/୧୪/୦୩ – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପାଟଣା କେନ୍ଦୁଝର ରାସ୍ତାର ଶ୍ୟାମସୁନ୍ଦରପୁର ନିକଟରେ ଦୁର୍ଘଟଣା, ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା କାର୍ । ଗତ ବିଳମ୍ବରେ ରାତିରେ କାରଟି କେନ୍ଦୁଝରରୁ ପାଟଣା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ରାସ୍ତା କଡ଼ରେ ଥିବା କେନାଲ ଭିତରକୁ କାରଟି ପଶିଯାଇଛି । ତେବେ କାରର ଚାଳକ ଏବଂ ଯାତ୍ରୀ ଅଳ୍ପକେ ବର୍ତିଯାଇଛନ୍ତି । ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି କାରକୁ ଜବତ୍ କରିବା ସହ ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button