କେନ୍ଦୁଝରଜିଲ୍ଲାରାଜନୀତି

୩ ପଞ୍ଚାୟତରେ ବିଜେପିର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ

ଚମ୍ପୁଆ, ୧୨/୦୪ – କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀର  ବିଜେପି ପ୍ରାର୍ଥୀ ଡ. ମୁରଲୀ ମନୋହର ଶର୍ମା ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ଏହି ଅବସରରେ ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ନିର୍ବାଚନୀ ସଭା ମାଧ୍ୟମରେ ପ୍ରଚାରକୁ ଆଗେଇ ନେଉଥିବା ଦେଖିବାକୁ ମିଳୁଛି। ଆଜି ଚମ୍ପୁଆ ବ୍ଲକର ଜାମୁଦଲକ, ସୁନାପଶି ଓ କୋଦଗାଡିଆରେ ନିର୍ବାଚନ ପ୍ରଚାର ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

କୋଦଗାଡିଆ ଗ୍ରାମରେ ଅନୁଷ୍ଠିତ ବିଜେପିର ମିଶ୍ରଣ ପର୍ବରେ ପୂର୍ବତନ ଚଂପୁଆ ଏନଏସି ଅଧ୍ୟକ୍ଷା ଗୀତରାଣୀ ନାଏକଙ୍କ ଅନୁଗତ ଥିବା ବିଚିତ୍ରାନନ୍ଦ ନାଏକ, ନାରାୟଣ ମହାନ୍ତ, ରତିକାନ୍ତ ନାଏକ, ବିକାଶ ନାଏକ,  ଶରତ ନାଏକ,  ରାଜେଶ ନାଏକ, ଚିନ୍ମୟ ନାଏକ, କାହ୍ନୁ ନାଏକ, ସମୀର ନାଏକ, ଚନ୍ଦନ ନାଏକଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧାୟକ ପ୍ରାର୍ଥୀ ଶ୍ରୀ ଶର୍ମାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ।

ସେହିପରି ଚିମିଳା ଆମ୍ବତୋଟାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସ୍ଥାନୀୟ ଵିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ବାରିକଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ। ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ପ୍ରକାଶ ମଲ୍ଲିକ, ନାରୀ ନେତ୍ରୀ ଝରଣା ମହାନ୍ତ, ମଣ୍ଡଳ ସଭାପତି ଚନ୍ଦ୍ରଶେଖର ମହାନ୍ତ, ଜିଲ୍ଲା ଲିଗାଲ ସେଲ୍ ସଦସ୍ୟ ରମେଶ ପ୍ରଧାନ, ବିନୋଦ ହାଇବୁରୁଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ ।

Show More

Related Articles

Back to top button