କେନ୍ଦୁଝରଜିଲ୍ଲା

ରଥଯାତ୍ରାପାଇଁ ରଥ କାଠ ଅନୁକୂଳ

ପାଟଣା, ୧୦/୦୫ – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲୀପଶି ଠାରେ ରଥଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ ହୋଇଯାଇଛି ।ମୂଷାଖରୀର ଗ୍ରାମଦେବୀ ମା’ବାଶୁଳିଙ୍କ ପୀଠରେ ପୂଜା ଅର୍ଚ୍ଚନା କରାଯାଇ ଆଜ୍ଞା ମାଳ ଅଣାଯିବାପରେ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାରେ କର୍ତ୍ତା ଭାବେ ପାର୍ଥ ସାରଥୀ ବେଜ ଓ ତାଙ୍କ ଧର୍ମପତ୍ନୀ ଦୀପ୍ତିମୟୀ ବେଜ୍ ନୀତିକାନ୍ତି ସମ୍ପାଦନ କରିଥିବାବେଳେ, ପୁରୋହିତ ଭାବେ କୁଳମଣି ଷଡ଼ଙ୍ଗୀ ପୂଜାପାଠ କରିଥିଲେ । ଆଦିତ୍ୟ ବାହିନୀର ରଞ୍ଜନ କୁମାର ବାରିକ, ଭାବଗ୍ରାହୀ ମହାନ୍ତ, ରାଜା ରବିନାରାୟଣ ସିଂ, ମଧୁସୂଦନ ଗଡ଼ନାୟ, ପୁରୁଷୋତ୍ତମ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ବିଶ୍ୱକର୍ମା ସୁଦର୍ଶନ ନାଏକଙ୍କ ନେତୃତ୍ୱରେ ଦୁର୍ଯ୍ୟୋଧନ ମହାନ୍ତ, ନାକୁ ଦାସ, ଭାସ୍କର ଦାସ, ନିରାକାର ନାଏକ, ସୁଦାମ ଦାସ, ଦୀନବନ୍ଧୁ ନାଏକ, ନିରାକାର ରଣା, ନିରାକାର ଦାସ, ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ଦଇତାପତି ସାମିଲ ହୋଇଥିଲେ। ଅକ୍ଷୟ ତୃତୀୟା ଠାରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି।

Show More

ସମ୍ବନ୍ଧୀୟ ଖବର

Back to top button