କେନ୍ଦୁଝରଜିଲ୍ଲା

କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ଅଖିମୁଠି ଅନୁକୂଳ ।

ପାଟଣା, ୧୯/୦୫ –  ପବିତ୍ର ଅକ୍ଷୟ ତୃତୀୟା ଅବସରରେ କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାଏକ ଓ ପାଟଣା ବିଧାନସଭା ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକ ଅଖିମୁଠି ଅନୁକୂଳ କରିଛନ୍ତି।

କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାଏକ ଆଜି ଝୁମ୍ପୁରା ବ୍ଲକ ରସବନ୍ତଳା ଗ୍ରାମରେ ଥିବା ନିଜ ଚାଷ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି । ପ୍ରଥମେ ମାଟି ମାଆକୁ ପୂଜାର୍ଚ୍ଚନା କରିବାପରେ ବିଲରେ ହଳ କରିଥିଲେ ବିନୋଦ। ଏହାପରେ ସେଠାରେ ଧାନ ବୁଣି ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏଥି ସହ ସେ ଜଣେ ଚାଷୀପୁଅ ହିସାବରେ ନିଜକୁ ଗୌରବ ମଣିବା ସହ ଚାଷୀକୂଳର ଶୁଭ ମନାସୀଛନ୍ତି ।

ସେପଟେ ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଉଖୁଣ୍ଡା ଠାରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରିବାପରେ ବିଲରେ ହଳ କରି  ଅଖିମୁଠି ଅନୁକୂଳ କରିଛନ୍ତି। ଶ୍ରୀ ନାଏକ ନିର୍ବାଚନ ମଣ୍ଡଳୀର ଦଳୀୟ ପର୍ଯ୍ୟବେକ୍ଷକ ଡ. ହରିଶ ଚୌଧୁରୀ ଏବଂ ତାଙ୍କ ସମର୍ଥକଙ୍କ ସହ ଉଖୁଣ୍ଡାଠାରୁ ଏକ ବାଇକ ରାଲି କରିବା ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଧାନ ବିହନକୁ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ  ହଳ ଲଙ୍ଗଳକୁ କାନ୍ଧରେ ଧରି ଚାଷ ଜମିରେ ପୂଜାର୍ଚ୍ଚନା କରି ବିଲରେ ହଳ କରିବା ସହ ଧାନ ବୁଣି ଚାଷ କାର୍ଯ୍ୟର ଆରମ୍ଭ କରିଛନ୍ତି। ଏଥି ସହ କର୍ମୀ ଓ ସମର୍ଥକଙ୍କ ଗହଣରେ ଉଖୁଣ୍ଡା ହନୁମାନ ଛକ ନିକଟରେ ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାରକୁ ସ୍ୱାଗତ ଜଣାଇ ବାଣଫୁଟାଇ ଖୁସି ମନାଇଛନ୍ତି ।

Show More

Related Articles

Back to top button