କେନ୍ଦୁଝରଜିଲ୍ଲା

ଚମ୍ପୁଆରେ କାଳ ବୈଶାଖୀ, ଭାଙ୍ଗିଲା ବିଶାଳ ବର ଗଛ । ୨୦ ନମ୍ବର ଜାତୀୟ ରାଜପଥରେ ଯାତାୟତ ବ୍ୟାହତ

ଚମ୍ପୁଆ, ୦୮/୦୫ – କେନ୍ଦୁଝର ଚମ୍ପୁଆରେ ପ୍ରବଳ ଖରା ଓ ତାତିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅପରାହ୍ନ ପ୍ରାୟ ୪ଟା ସମୟରେ  ଚମ୍ପୁଆ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିବା ସହ ଘଡଘଡି ମାରି ବର୍ଷା ହୋଇଥଲା। ଏହା ଯୋଗୁଁ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସମ୍ମୁଖରେ ଏକ ବିଶାଳ ବର ଗଛ ଭାଙ୍ଗି ୨୦ ନମ୍ବର ଜାତୀୟ ରାଜପଥ ଉପରେ ପଡିଥିଲା ।ରାସ୍ତା ଉପରେ ପଡ଼ିଥିଲା। ଯାହାଫଳରେ ରାସ୍ତା ଅବରୋଧ ହେବାରୁ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ରହିଥିଲା। ଖବର ପାଇ ଚମ୍ପୁଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତାକୁ ସଫା କରିଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ରାଜପଥରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା । ଚମ୍ପୁଆ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ଚମ୍ପୁଆରେ ୩୯.୮ ମିଲିମିଟର ବର୍ଷା ହେବାସହ ପ୍ରବଳ ପବନ ଓ ଘଡଘଡି ମାରିଥିଲା ।

Show More

Related Articles

Back to top button