କେନ୍ଦୁଝରଜିଲ୍ଲାରାଜନୀତିରାଜ୍ୟ

ସନାଙ୍କ ନିର୍ବାଚନ ପ୍ରଚାର; ବଡ଼ବିଲରେ ରୋଡ୍ ଶୋ’ କରି ଭୋଟ ମାଗିଲେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼

ବଡ଼ବିଲ, ୦୬/୦୫ – ପ୍ରଚାର ମଇଦାନରେ ଚମ୍ପୁଆ ବିଧାନସଭା ବିଜେଡି ପ୍ରାର୍ଥୀ ସନାତନ ମହକୁଡ଼ । ଭୋଟରଙ୍କ ନିକଟତର ହେବାକୁ ଆଜି ଅପରାହ୍ନରେ ସେ ବଡ଼ବିଲ ସହରରେ ରୋଡ୍ ଶୋ’ କରିଛନ୍ତି । ଦିନ ୩ଟା ସମାୟରେ ଚମ୍ପୁଆରୁ ଆସି କିରିବୁରୁ ଛକରେ ପହଞ୍ଚିବାପରେ ବିଜୁ ଜନତା ଦଳର କର୍ମୀ ଓ ତାଙ୍କ ସମର୍ଥକମାନେ ସନାତାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାପରେ ସେ ନିକଟରେ ଥିବା ମା’ତାରିଣୀ ମନ୍ଦିରକୁ ଯାଇ ଆଶିଷ କାମନା କରିବାପରେ ଶୋଭାଯାତ୍ରାରେ ବାହାରିଥିଲେ । ଏକ ସୁ ସଜ୍ଜିତ ଖୋଲା ଜିପରେ ସହର ପରିକ୍ରମା କରିଥିଲେ ସନାତନ । ତାଙ୍କ ସହ ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଚମ୍ପୁଆ ଏନ୍ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ସାଂସଦ ଚନ୍ଦ୍ରଣୀ ମୁର୍ମୁ ପ୍ରମୁଖ ସାମିଲ ହୋଇଥିଲେ । ଶହାଶହ ସଂଖ୍ୟାରେ କର୍ମୀ ଓ ସମର୍ଥକ ଡି ଜେ ବଜାଇ, ବାଣ ଫୁଟାଇ ବାଇକ୍ ରାଲୀ କରି ତାଙ୍କୁ ପାଛୋଟି ନେଇଥିଲେ । ବିଭିନ୍ନ ସ୍ଥାନରେ ଶୁଭେଚ୍ଛୁମାନେ ନିଜର ପ୍ରିୟ ନେତାଙ୍କ ଉପରେ ପୁଷ୍ପ ବୃଷ୍ଟିକରି ସମ୍ମାନ ଜଣାଇଥିଲେ । ଏହି ରୋଡ୍ ଶୋ’ ବଡ଼ବିଲ କିରିବୁରୁ ଛକରୁ ବାହାରି ବଙ୍ଗଳା ଛକ, ମେନ୍ ରୋଡ, ବାଟା ଛକ ଦେଇ ମହାନ୍ତ ବସ୍ତି, ବେଲକୁଣ୍ଡି , ନାଲଦା – ବଡ଼ବିଲ ରାସ୍ତା ହୋଇ ପୁରୁଣା ବସ୍ ଷ୍ଟାଣ୍ଡ, ବାଟରେ ସେଣ୍ଟ ମେରୀଜ ରୋଡ, ଓଏମସି ଛକ, ଷ୍ଟେସନ ରୋଡ, ଚଟେଇ ହାଟିଂ, କଳିଙ୍ଗ ନଗର ଦେଇ ଏଲ୍ ଆଇ ସି ଅଫିସ୍ ନିକଟରେ ସମାପ୍ତ ହୋଇଥିଲା ।
ସନାତନ ଶହେ ଶହେରେ ଜିତିବି ବୋଲି କହୁଥିବା ବେଳେ, ବିଜେପି ଓ କଂଗ୍ରେସ ମଧ୍ୟ ପୁରା ଦମରେ ଲାଗିଛନ୍ତି । ଦେଖାଯାଉ ଲୋକେ କାହାକୁ ବାଛୁଛନ୍ତି ।

Show More

Related Articles

Back to top button