କେନ୍ଦୁଝର

ପାଟଣାରେ କଂଗ୍ରେସ କର୍ମୀ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ।

ପାଟଣା/୧୪/୦୩ – ବୁଧବାର ପାଟଣା ମୁଖ୍ୟାଳୟ ଠାରେ ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ସଭାପତି ଶତ୍ରୁଘ୍ନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ପାଟଣା ମୁଖ୍ୟାଳୟ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ହେବାର ସ୍ଥିରୀକୃତ ହୋଇଛି । ହେବାକୁ ଥିବା ଏହି କର୍ମୀ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି । କଂଗ୍ରେସର ବିଚାରଧାରାକୁ ଘରେ ଘରେ ପହଞ୍ଚାଇବା ପାଇଁ ଗୁରୁ ମନ୍ତ୍ର ଦେବେ ବରିଷ୍ଠ ନେତା। ବିଜେପି, ବିଜେଡି ଅନୈତିକ ସମ୍ପର୍କ ଏବଂ ଉଭୟ ଦଳର ନେତୃତ୍ଵାଧୀନ ସରକାରରେ ପୁଞ୍ଜିପତିଙ୍କର ଦୌରାତ୍ମ୍ୟ ଦ୍ଵାରା କିପରି ବେକାରୀ ଓ ଦରଦାମ ବୃଦ୍ଧି ହେଉଛି, ସମ୍ବିଧାନ ଓ ସାମ୍ବିଧାନିକ ସଂସ୍ଥାନ ଗୁଡ଼ିକ କିପରି ବିପଦରେ ପଡ଼ିଛନ୍ତି, ଇଲେକ୍ଟରାଲ ବଣ୍ଡ ମାଧ୍ୟମରେ କିପରି ପୁଞ୍ଜିପତିଙ୍କ ଠାରୁ ଅନୈତିକ ଉପାୟରେ ଦଳୀୟ ପାଣ୍ଠି ସଂଗ୍ରହକରି ପୁଞ୍ଜିପତିଙ୍କ ସ୍ବାର୍ଥରେ କାମ କରୁଛନ୍ତି ଆଉ ଚାଷୀଙ୍କ ବଦଳରେ ପୁଞ୍ଜିପତିଙ୍କର ଋଣ ଛାଡ କରୁଛନ୍ତି ଯାହା ଦ୍ଵାରା ସାଧାରଣ ଲୋକ କିପରି ଦରଦାମ ବୃଦ୍ଧି ହେତୁ ଛଟପଟ ହେଉଛନ୍ତି ତାହାକୁ ପ୍ରତିଟି ଜନସାଧାଣଙ୍କ ନିକଟକୁ ପହଞ୍ଚାଇବାକୁ ପାଟଣା ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ଆଦିବାସୀ କଂଗ୍ରେସର ସଭାପତି ଇଂ ବିନୋଦ ବିହାରୀ ନାଏକ ଉପସ୍ଥିତ ସମସ୍ତ କଂଗ୍ରେସ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପାଟଣାର ପୂର୍ବତନ ବିଧାୟକ ହୃଷୀକେଶ ନାଏକ, ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ଆଦିବାସୀ ସେଲ୍ ସଭାପତି ଇଂ ବିନୋଦ ବିହାରୀ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାସ, ଜିଲ୍ଲା ସେବା ଦଳ ସଭାପତି ବୀରଭଦ୍ର ମହାନ୍ତ, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମଣ ଦାସ, ପାଟଣା ନିର୍ବାଚନ ମଣ୍ଡଳୀର ସଂଯୋଜକ ଶିବ କୁମାର ବେହେରା, ଜ୍ଞାନ ରଞ୍ଜନ ମିଶ୍ର, କମଳାକାନ୍ତ ଦାସ, କାହ୍ନୁ ଚରଣ ନାଏକ, ସାଇରାମ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କର୍ମୀ ସମ୍ମିଳନୀକୁ ସଫଳ କରିବାପାଇଁ ନିଷ୍ପତ୍ତି ନେଇଥିଲେ। ସାହାରପଡ଼ା ବ୍ଲକ କଂଗ୍ରେସ ସଭାପତି ମକୁନ୍ଦ ମହାନ୍ତ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

Show More

Related Articles

Back to top button