
ବଡ଼ବିଲ,୦୫/୦୫ – କେନ୍ଦୁଝର ଜିଲା ବଲାଣି ଥାନାଞ୍ଚଳରେ ଜଣେ ୬ବର୍ଷିୟା ଶିଶୁକନ୍ୟାଙ୍କୁ ପାଖ ଗାଁର ଜଣେ ୧୫ ବର୍ଷିୟ ନାବାଳକ ବଳାତ୍କାର ଉଦ୍ୟମ କରିଥିବା ନେଇ ଅଭିଯୋଗ ହେବାପରେ ଅଭିଯୁକ୍ତ ନାବାଳକଙ୍କୁ ପୋଲିସ ସୁଧାର ଗୃହକୁ ପଠାଇଥିବା ଜଣାପଡିଛି । ସୁଚନା ଅନୁଯାୟୀ, ଗତ ଶନିବାର ସନ୍ଧ୍ୟାରେ ଶିଶୁକନ୍ୟା ଜଣକ ଶୌଚ ହେବାକୁ ବାହାରକୁ ଯାଇଥିବାବେଳେ ଏହି ୧୫ ବର୍ଷୀୟ ନାବାଳକ ଜଣକ ଶିଶୁକନ୍ୟାଙ୍କୁ ପାଖରେ ଥିବା ସ୍କୁଲ ନିକଟକୁ ଟେକିନେଇ ବଳାତ୍କାର ଉଦ୍ୟମ କରିଥିବାବେଳେ ଶିଶୁକନ୍ୟା ଜଣକ ପାଟିକରିବାରୁ ଛାଡିଦେଇ ନାବାଳକ ଜଣକ ପଳାୟନ କରିଥିଲେ । ଏ ନେଇ ପିଡୀତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ କାବୁକରି ସୁଧାର ଗୃହକୁ ପଠାଇଥିବା ଜଣାପଡିଛି ।