ବିଶେଷରାଜ୍ୟ

ପ୍ରଚଣ୍ଡ ତାତିରୁ ତ୍ରାହିପାଇଁ ହାତୀଙ୍କ ଜଳକ୍ରୀଡା

ଯୋଡ଼ା,୦୫/୦୫ – ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ, ତାତିରୁ ବନ୍ୟଜନ୍ତୁଙ୍କୁ ମଧ୍ୟ ନିସ୍ତାର ମିଳୁନାହିଁ । ଉତ୍ତାପରୁ ଟିକେ ତ୍ରାହି ପାଇବାପାଇଁ ଗଜରାଜ୍ ଘଣ୍ଟା ଘଣ୍ଟା ଧରି ଜଳକ୍ରୀଡ଼ାରେ ମଜିଯାଉଛନ୍ତି । ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳୁଛି ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବୈତରଣୀ ନଦୀରେ ।  ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ୧୩ ଟିକିଆ ହାତୀପଲ ବିଚରଣ କରୁଥିବାବେଳେ, ହାତୀପଲ ଗୁରୁବେଡ଼ା ଓ ଝରଣ ଗାଁ ନିକଟ ଦେଇ ଅଧିକାଂଶ ସମୟରେ ଯାତାୟତ କରନ୍ତି । ଗତ ଦୁଇ/ତିନି ଦିନ ହେବ ସକାଳୁ ସକାଳୁ ହାତୀପଲ ବୈତରଣୀ ନଦୀକୁ ଜଳ କ୍ରୀଡା ପାଇଁ ଆସୁଥିବା ଦେଖିବାକୁ ମିଳିଛି । ଜଳକ୍ରୀଡା ସାରିବା ପରେ ପୁଣି ନିକଟସ୍ଥ ଜଙ୍ଗଲକୁ ଫେରିଯାଉଛନ୍ତି ହାତୀପଲ ।

ଦେଖାନ୍ତୁ ଭିଡିଓ
Show More

ସମ୍ବନ୍ଧୀୟ ଖବର

Back to top button