ରାଜନୀତିରାଜ୍ୟ

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଜଳେଶ୍ବର, ବରୀ, ଆଠମଲ୍ଲିକ, ଆଠଗଡ଼, ପୁରୀରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର, ୦୫/୦୫ – ୫ଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ ନିଜର ପ୍ରାର୍ଥୀ ଅଦଳବଦଳ କରିଛି କଂଗ୍ରେସ ।

ଜଳେଶ୍ୱର ବିଧାନସଭା ଆସନରେ ଦେବୀପ୍ରସନ୍ନ ଚାନ୍ଦଙ୍କ ବଦଳରେ ସୁଦର୍ଶନ ଦାସ, ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ହିମାଂଶୁ ଚାଉଳିଆ, ବରୀ ଆସନରୁ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଆଠଗଡ଼ରୁ ମେହବୁବ ଅହମଦ ଖାନଙ୍କ ସ୍ଥାନରେ ସୁଦର୍ଶନ ସାହୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ, ପୁରୀ ଆସନରେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି ଦଳ । ଅନ୍ୟପଟେ ଆଜି ନୀଳଗିରି ବିଧାନସଭା ପାଇଁ ଅକ୍ଷୟ ଆଚାର୍ଯ୍ଯଙ୍କ ନାଁ ଘୋଷଣା କରିଛି କଂଗ୍ରେସ ।

Show More

Related Articles

Back to top button