
ପାଟଣା, ୦୪/୦୫ – ଦେଢ଼ ବର୍ଷର ଶିଶୁପୁତ୍ରକୁ ଝୁଣି ପକାଇଲା ବୁଲା କୁକୁର । ଏଭଳି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସ୍ବାମ ମୁଣ୍ଡା ସାହିରେ ।
ଶିଶୁପୁତ୍ରକୁ ଘର ବାରଣ୍ଡାରେ ଶୁଆଇଦେଇ ମାଆ ଗାଧେଇବା ପାଇଁ ଯାଇଥିବା ସମୟରେ ଏକ ବୁଲା କୁକୁର ଶିଶୁକୁ ଝୁଣି ପକାଇଥିଲା । କୁକୁର କାମୁଡିବା ଫଳରେ ଶିଶୁଟିର ମୁଣ୍ଡ, ବେକ, ଗାଲ ଓ ପେଟରେ ଗଭୀର କ୍ଷତ ହୋଇ ଅବସ୍ଥା ଗୁରୁତର ହୋଇଛି। ଗୁରୁତର ଶିଶୁପୁତ୍ର ହେଲେ ଫୁତୁଲୁ ମୁଣ୍ଡାଙ୍କ ପୁଅ ଶିବା ମୁଣ୍ଡା । ଶିଶୁ ପୁତ୍ରକୁ ଉଦ୍ଧାରକାରି ତୁରନ୍ତ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।