
ପାଟଣା, ୦୪/୦୫ – ମଦ ନିଶା ଏମିତି ପାଗଳକଲା ଯେ, ଖାଇବାକୁ ଦେବାର ବିଳମ୍ବ ହେବାରୁ ରାଗିଯାଇ ମା’କୁ ମାଡ଼ମାରି ତଣ୍ଟିଚିପି ନିର୍ମମ ଭାବରେ ହତ୍ୟା କରିଛି ଜନ୍ମକଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଗ୍ରାମର ଭାଲୁ ପାହାଡ଼ିସାହିରେ । ମୃତକ ହେଲେ ଗୌରୀ ନାଏକ । ଗତ କାଲି ରାତିରେ ପୁଅକୁ ଖାଇବାକୁ ଦେବାରେ ବିଳମ୍ବ କରିବାରୁ ଉତ୍ୟକ୍ତହୋଇ ମଦ ନିଶାରେ ନିଜ ବୃଦ୍ଧା ମା’କୁ ନିର୍ମମ ଭାବରେ ହତ୍ୟାକରିଛି ନୃଶଂସ ପୁଅ ।
ହତ୍ୟାକାଣ୍ଡର ଖବର ପାଇ ତୁରୁମୁଙ୍ଗା ଥାନା ପୋଲିସ୍ ଓ ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହକୁ ଜବତ କରିବା ସହ ହତ୍ୟାକାରୀ ପୁଅ ସୁରେନ୍ଦ୍ର ନାଏକକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି ପୋଲିସ୍ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।