
କେନ୍ଦୁଝର
ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ଜଣେ ଗୁରୁତର ।

ପାଟଣା/୧୪/୦୩ – ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର ଆହତ । ମୃତକ, ସଦର ଥାନା ବେଲଦା ଗ୍ରାମର ନବୀନ କୁମାର ସିଂ ଏବଂ ଗୁରୁତର ତୁଷାର ପାତ୍ର ବୋଲି ଜଣାପଡିଛି ।
ବିଳମ୍ବିତ ରାତିରେ ଉଭୟ ଏକ ବାଇକ୍ ଯୋଗେ ଖିରେଇଟାଙ୍ଗିରୀ ପଟରୁ ଘରକୁ ଯାଉଥିବା ସମୟରେ ଡାବରଚୁଆ ନିକଟରେ ଭାରସାମ୍ୟ ହରାଇ ଖସିପଡ଼ିଥିଲେ। ଉଭୟଙ୍କୁ ଉଦ୍ଧାରକରି ଏନ୍,ଏଚ୍ ଆଇ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ନିଆଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନବୀନଙ୍କ ମୃତ୍ୟୁ ଘଟିଥିଲା ବେଳେ ତୁଷାର ଚିକିତ୍ସାଧିନ ଅଛନ୍ତି । ତୁରୁମୁଙ୍ଗା ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତକରି ତଦନ୍ତ ଚଳାଇଛି।