
ପାଟଣା, ୦୩/୦୫ – ଶୁକ୍ରବାର ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପାଟଣା ନିର୍ବାଚନ ମଣ୍ଡଳୀର ଦାଇତ୍ୱରେ ଥିବା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲାଙ୍କ କାର୍ଯ୍ୟାଳୟରେ ସେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଶ୍ରୀ ନାଏକ ତୁରୁମୁଙ୍ଗା ସ୍ଥିତ ଘରେ ପୂଜାର୍ଚ୍ଚନା କରିବା ପରେ ନିଜ ଗ୍ରାମ ଟାଙ୍ଗରବନ୍ତଳା ଶିବ ମନ୍ଦିର ଓ ପରେ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିରରେ ଆନୁଷ୍ଠାନିକ ପୂଜା ଅର୍ଚ୍ଚନା କରିଥିଲେ । ଏହାପରେ କେନ୍ଦୁଝର କାଳୀ ପଡିଆ ଠାରୁ କେନ୍ଦୁଝର ଲୋକସଭା ବିଜେପି ପ୍ରାର୍ଥୀ ଅନନ୍ତ ନାଏକ, ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ , ତେଲକୋଇ ବିଧାୟକ ପ୍ରାର୍ଥୀ ଡ. ଫକୀର ମୋହନ ନାଏକ, ଘଷିପୁରା ବିଧାୟକ ପ୍ରାର୍ଥୀ ଶମ୍ବୁନାଥ ରାଉତ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମୋନହର ଶର୍ମା, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, କେନ୍ଦୁଝରଗଡ଼ ପୋୖରାଧକ୍ଷା ନିକୁ ସାହୁ ପୁର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ, ସମ୍ପାଦକ ହେମ ରଞ୍ଜନ ବାରିକ୍, ବରିଷ୍ଠ ନେତା ବିରଜା ମିଶ୍ର, କମଳାକାନ୍ତ ଦାଶ, ଭାବଗ୍ରାହୀ ମହାନ୍ତଙ୍କ ସମେତ ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ ବିରାଟ ପଟୁଆରରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
