
ବ୍ୟୁରୋ, ୦୩/୦୫ – ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ନିଜର ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ବୈଠକ କରିବା ପରେ ସୌମ୍ୟ ଏହି ଘୋଷଣା କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସୌମ୍ୟ କହିଛନ୍ତି ଯେ, ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଘସିପୁରାର ଲୋକମାନେ ପରାମର୍ଶ ଦେଇଛନ୍ତି । ତେଣୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ । ଆସନ୍ତା ୬ତାରିଖରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ। ପ୍ରକାଶ ଥାଉକି ନିକଟରେ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ସେ ବିଜେପି ଟିକେଟରେ ଘସିପୁରା ଆସନରୁ ଲଢିବାନେଇ ଚର୍ଚ୍ଚା ମଧ୍ୟ ହେଉଥିଲା । ତେବେ ଗତକାଲି ବିଜେପି ଡଃ ଶମ୍ଭୁନାଥ ରାଉତଙ୍କୁ ଘସିପୁରା ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା ।