କେନ୍ଦୁଝରଜିଲ୍ଲାରାଜ୍ୟ

କାରରୁ ଜବତ୍ ହେଲା ୨୦ ଲକ୍ଷ ଟଙ୍କା, ଭଦ୍ରାସାହି ଛକରେ ଧରିଲା ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍

ବଡ଼ବିଲ,୦୫/୦୪ – ବଡ଼ବିଲ ଥାନାଞ୍ଚଳ ଭଦ୍ରାସାହି ଛକଠାରେ ପୋଲିସ୍ ଚେକିଂ ବେଳେ ଏକ କାରରୁ  ୨୦ ଲକ୍ଷ ଟଙ୍କା ଜବତ ହୋଇଛି । ଟଙ୍କାଭର୍ତ୍ତି ୨ ଟି ବଡ ବେଗକୁ ବ୍ରିଜା କାର ନଂ ଓଡି ୦୨ ବି ଏଫ୍ ୭୭୭୮ ଯୋଗେ କୋଇଡ଼ା ଅଭିମୁଖେ ଯାଉଥିବା ସମୟରେ ଧରିଥିଲା ପୋଲିସର ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ । କାରରେ ଜାଉଥିବା ଅବିନାଶ କୁମାର ମିଶ୍ର ଏବଂ କାର ଡ଼୍ରାଇଭର ହେମନ୍ତ ସିଂ ରାଠୋରକୁ ଅଟକ ରଖି ପୋଲିସ୍ ପଚରା ଉଚୁରା କରିଛି । ଅଟକ ବ୍ୟକ୍ତିଙ୍କ କହିବା କଥା ଏହି ଟଙ୍କା ପୱନ୍ ଟ୍ରାନ୍ସପୋର୍ଟ ନାମକ ପରିବହନ ସଂସ୍ଥାର । ସେମାନେ ଆଇ ସି ଆଇ ବ୍ୟାଙ୍କ୍ ଯୋଡ଼ା ଶାଖାରୁ ଟଙ୍କା ଉଠାଇ କୋଇଡ଼ା ଅଫିସକୁ ନେଉଥିଲେ । ଅନ୍ୟପଟେ ଆଇ ସି ଆଇ ବ୍ୟାଙ୍କ୍ ଯୋଡ଼ା ଶାଖାର ଅଧିକାରୀ ବଡ଼ବିଲ ଥାନାରେ ପହଞ୍ଚି ଟଙ୍କା ଡ୍ର ହୋଇଥିବା କଥାକୁ ପୃଷ୍ଟି କରିଛନ୍ତି । ତେବେ ବର୍ତ୍ତମାନ ଜବତ୍ ହୋଇଥିବା ଟଙ୍କାକୁ କେନ୍ଦୁଝର ଟ୍ରେଜେରୀ ଡିପୋଜିଟ କରାଯିବା ସହ ଆୟକର ବିଭାଗକୁ ସୂଚନା ଦିଆଯିବ ବୋଲି ପୋଲିସ କହିଛି ।

Show More

Related Articles

Back to top button