
ଦେବଗଡ ବିଧାନସଭା ଆସନରେ ବଦଳିଲେ ପ୍ରାର୍ଥୀ
ଭୁବନେଶ୍ୱର,୦୨/୦୪ – ବିଜୁ ଜନତା ଦଳର ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ନୀଳଗିରି ବିଧାନସଭା ଆସନରୁ ସୁକାନ୍ତ କୁମାର ନାୟକ ପ୍ରାର୍ଥୀ ହୋଇଛନ୍ତି । ସେହିପରି କୋରେଇରୁ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ ଦେଇଛି ଦଳ। ଅନ୍ୟପଟେ ଦେବଗଡ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ବିଜେଡ଼ି । ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।