କେନ୍ଦୁଝରଜିଲ୍ଲା

ଅଗ୍ନିଶମ କେନ୍ଦ୍ରର ଷ୍ଟେସନ ପରିଚାଳକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାଟଣା,୩୦/୦୪ – ପାଟଣା ଅଗ୍ନିଶମ ଷ୍ଟେସନ ପରିଚାଳକ ମନୋରଞ୍ଜନ ମହାନ୍ତ ଦୀର୍ଘ ୩୭ ବର୍ଷର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ମନୋରଞ୍ଜନଙ୍କୁ ଦୁଇ ପୃଥକ ସ୍ଥାନରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସୋମବାର ପାଟଣା ଅଗ୍ନିଶମ କାର୍ଯ୍ୟାଳୟରେ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ମଙ୍ଗଳବାର ସମ୍ବଲପୁର ଅଗ୍ନିଶମ ଅଧିକାରି ଉତ୍ତରାଞ୍ଚଳ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ପାଟଣାରେ ଅଗ୍ନିଶମ ବାହିନୀର ମୁଖ୍ୟ ଆଗ୍ନିକ ବିଜୟ ନାଏକ, ସୁଶାନ୍ତ ନାଏକ, ଆଗ୍ନିକ ମନୋଜ କୁମାର ସାହୁ, ଅଜୟ ରାଉତ, ପ୍ରଶାନ୍ତ କୁମାର ନାୟକ ଓ ତରୁଣ କୁମାର ନାଏକ ଶ୍ରୀ ମହାନ୍ତଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଛ ମାନପତ୍ର ପ୍ରଦାନ କରିସମ୍ବର୍ଦ୍ଧିତ କରି ଥିଲେ ।  ସେହିପରି ସମ୍ବଲପୁର କାର୍ଯ୍ୟାଳୟରେ ଅଗ୍ନିଶମ ବିଭାଗ ଅଧିକ୍ଷକ ସୁନିଲ କୁମାର କିଣ୍ଡୁ ଓ ଡେପୁଟି ଫାୟାର ଅଫିସର ରବୀନ୍ଦ୍ର କୁମାର ପରିଡା ପ୍ରମୁଖଙ୍କ ଉପସ୍ଥିତିରେ  ପୁଷ୍ପଗୁଛ, ମାନପତ୍ର ଓ ଅର୍ଥ ରାଶି ପ୍ରଦାନ କରିଥିଲେ। ଶ୍ରୀ ମହାନ୍ତ ପ୍ରାକୃତିକ ବିପର୍ଯ୍ୟୟ ତଥା ସାମୁଦ୍ରିକ ବାତ୍ୟା ହୁଡହୁଡ଼, ଫନି ଓ ତିତିଲି ସମୟରେ  କଲିକତା, ବାଲେଶ୍ୱର, ସମେତ ରାଜ୍ୟ ତଥା ରାଜ୍ୟ ବାହାରେ ନିଷ୍ଠାର ସହ କାର୍ଯ୍ୟ କରି ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ଏବଂ କୋଭିଡ ସମୟରେ  ଜୀବନକୁ ବାଜି ଲଗାଇ କରିଥିବା କାର୍ଯ୍ୟକୁ ନେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ। ତାଙ୍କର ଅମାୟିକ ବ୍ୟବହାର ଓ କର୍ତ୍ତବ୍ୟପାଇଁ  ସେ ସାରା ଜିଲ୍ଲାରେ ଶ୍ରଦ୍ଧାଭାଜନ ହୋଇପାରିଥିଲେ।

Show More

Related Articles

Back to top button