
କେନ୍ଦୁଝର, ୨୯/୦୪ – ବିଜୁ ଜନତାଦଳର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୂର୍ବାହ୍ନ ୧୧ଟା ସମୟରେ କେନ୍ଦୁଝର କାଳୀ ପଡିଆରୁ ସେ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପାରିକ ବାଦ୍ୟ, ନୃତ୍ୟ ସହିତ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ବାହାରିଥିଲେ । ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ଶୋଭାଯାତ୍ରାରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଜିଲ୍ଲାପାଳଙ୍କ ଜାର୍ଯ୍ୟାଳୟରେ ପହଞ୍ଚିବା ପରେ ଶ୍ରୀ ସିଦ୍ଧୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନିଜର ନାମଙ୍କନ ପତ୍ର ଦାଖଲ କରିଥିଲେ ।
ନାମାଙ୍କନ ସମୟରେ ଜିଲ୍ଲା ବିଜେଡି ସଭାପତି କୁଶ ଆପଟଙ୍କ ସମେତ କେନ୍ଦୁଝର ସଦର, ଘଷିପୁରା ତେଲକୋଇ, ପାଟଣା,ଚମ୍ପୁଆ ଓ କରଞ୍ଜିଆ ବିଧାନସଭା ପ୍ରାର୍ଥୀ, ବଡ଼ବିଲ ପୌରଧ୍ୟାକ୍ଷ, ଚମ୍ପୁଆ ଏନଏ ସି ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ ।
