
ବାରିପଦା, ୨୯/୦୪ – ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ। କାର୍ଯ୍ୟାଳୟର ତୃତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଖବରପାଇ ୨ଟି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଧୂଆଁରେ ଅଣନିଃଶ୍ଵାସି ହୋଇ ତିନି ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଧୂଆଁ ଅଧିକ ହେଉଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇଥିଲା। ତେବେ କିଛି ଘଣ୍ଟା ପରେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଥିଲା । ବ୍ୟାଙ୍କର ତୃତୀୟ ମହଲାରେ ଥିବା ଏକ ଅସ୍ଥାୟୀ ରୋଷେଇ ଘରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିବା ପ୍ରାଥମିକ ସୂଚନା ମିଳିଛି । ସେପଟେ କିଛି ସମୟର ଚିକିତ୍ସା ପରେ ଉଦ୍ଧାର ହୋଇଥିବା ୩ ଜଣ କର୍ମଚାରୀ ସୁସ୍ଥ ହୋଇଥିବା ଜଣାପଡ଼ିଛି।