

ପାଟଣା/୧୩/୩/ – ଆଜି ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ୧୧୨ ଗୋଟି ବୁଥର ବୁଥ ସ୍ତରୀୟ ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ୮୫ ବର୍ଷ ବା ତଦୁର୍ଦ୍ଧ୍ବ ବୟସର ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ କୋଭିଡ଼ ସଂକ୍ରମିତ ଭୋଟରଙ୍କୁ ପୋଷ୍ଟାଲ ବାଲଟ ଯୋଗେ ଭୋଟ ଦାନର ବ୍ୟବସ୍ଥା, ଭୋଟର କାଗଜ ବଣ୍ଟନ, ଭୋଟର ସହାୟତା କେନ୍ଦ୍ର ସ୍ଥାପନ ଓ ବୁଥରେ ମୌଳିକ ସୁବିଧାକୁ ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବା ସମ୍ପର୍କରେ ଏହି ତାଲିମ ଶିବରରେ ପରାମର୍ଶ ପ୍ରଦାନ କରାଯାଇଥିଲା। ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ ମାଝୀ ଓ ପାଟଣା ଏବିଡ଼ିଓ ଚିତ୍ତରଞ୍ଜନ ନାୟକ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ସବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିପିଡ଼ିଓ ରଶ୍ମିରେଖା ମହାନ୍ତି ଆନୁଷଙ୍ଗିକ ସହଯୋଗ ପ୍ରଦାନ କରିଥିଲେ।