ରାଜନୀତିରାଜ୍ୟ

କଂଗ୍ରେସ ଆଜି ଓଡ଼ିଶାର ଆଉ ୨ ଲୋକସଭା ଓ ୮ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା, ବଦଳିଲେ ୩ ପ୍ରାର୍ଥୀ

ଭୁବନେଶ୍ୱର, ୨୮/୦୪ – କଂଗ୍ରେସ ଆଜି ଓଡ଼ିଶାର ଆଉ ୨ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ଘୋଷଣାରେ ଗୋଟିଏ ଲୋକସଭା ଆସନ ଓ ୨ଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି ଦଳ ।

ସମ୍ବଲପୁର ଲୋକସଭା ଆସନରେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ବଦଳରେ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି। ସେହିପରି ବାରିପଦା ବିଧାନସଭା ଆସନରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ ହେମ୍ବ୍ରମ ଓ ଖଣ୍ଡପଡ଼ାରେ ମନୋଜ ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତି କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବା ନେଇ ଘୋଷଣା ହୋଇଛି।

୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ..
କଟକ – ସୁରେଶ ମହାପାତ୍ର
ସମ୍ବଲପୁର – ନଗେନ୍ଦ୍ର ପ୍ରଧାନ 

୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ..
କଟକ ବାରବାଟୀ –  ସୋଫିଆ ଫିର୍ଦ୍ଦୋସ
ଜଳେଶ୍ୱର – ଦେବୀ ପ୍ରସନ୍ନ ଚାନ୍ଦ
ବାଲେଶ୍ୱର – ମୋନାଲିସା ଲେଙ୍କା
ବଡ଼ଚଣା – ଅଜୟ ସାମଲ
ପାଲଲହଡ଼ା – ଫକୀର ସାମଲ
ଜଗତସିଂହପୁର – ପ୍ରତିମା ମଲ୍ଲିକ
ବାରିପଦା – ପ୍ରମୋଦ ହେମ୍ବ୍ରମ 
ଖଣ୍ଡପଡ଼ା – ବୈଜୟନ୍ତୀମାଳା ମହାନ୍ତି

Show More

Related Articles

Back to top button