
ଚମ୍ପୁଆ, ୨୮/୦୪ – ଚମ୍ପୁଆ ବନାଞ୍ଚଳ ଉଖୁଣ୍ଡା ସେକ୍ସନ ବିରକୁଆଁ ଗ୍ରାମ୍ୟ ଜଙ୍ଗଲରେ ଆଜି ସକାଳୁ ନିଆଁ ଲାଗି ଜଳୁଥିବା ଦେଖିବାକୁ ମିଳିଛି। ନିଆଁର ପ୍ରଭାବ ବୃଦ୍ଧି ପାଇବା ଫଳରେ ନିଆଁ ଜଙ୍ଗଲ ଅତିକ୍ରମ କରି ଗାଁ ମୁହାଁ ହେଉଥିବାରୁ ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ । ହୁ ହୁ ହୋଇ ନିଆଁ ଗାଁ ଆଡକୁ ମାଡ଼ିଆସୁଥିବା ବେଳେ ଏ ନେଇ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।