ଅପରାଧକେନ୍ଦୁଝରଜିଲ୍ଲା

ଜଙ୍ଗଲରୁ ଗଛ କାଟି ନେଇଯାଉଥିବା ବେଳେ ଧରିଲା ବନ ବିଭାଗ, ଟ୍ରାକ୍ଟର ଜବତ୍

ଚମ୍ପୁଆ, ୨୮/୦୪ – ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଧୋବାକୁଚୁଡ଼ା ନିକଟରୁ ଏକ ଶାଳ ବଲହା ବୋଝେଇ ଟ୍ରାକ୍ଟରକୁ ଧରିଛି ବନ ବିଭାଗ । ବନ କର୍ମଚାରୀଙ୍କୁ ଦେଖି ଟ୍ରାକ୍ଟରକୁ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ଟ୍ରାକ୍ଟରରେ ସଦ୍ୟ କଟାଯାଇଥିବା ଶାଳ ବଲହା ସବୁ ବୋଝେଇ ହୋଇଛି ।

ଦୃବୃର୍ତ୍ତମାନେ ଚମକପୁର ସଂରକ୍ଷିତ ଜଙ୍ଗଲରୁ ୩/୪ ବର୍ଷର ଏହି ଶାଳ ଗଛଗୁଡ଼ିକୁ କାଟି ଓଡି  ୦୯  ୩୭୬୩ ନମ୍ବର ଟ୍ରାକ୍ଟର ଯୋଗେ ନେଇଯିବାକୁ ଚେଷ୍ଟା କରୁଥିବା ବେଳେ, ବାଲିବନ୍ଧ ଫରେଷ୍ଟର ବୁଲୁ ନାହାକ ଓ ଅନ୍ୟ ବନ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ।  ଜବତ୍ ହୋଇଥିବା ଟ୍ରାକ୍ଟର ନଂ ଆଧାରରେ ଦୃବୃର୍ତ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ବନ ବିଭାଗ ।

Show More

Related Articles

Back to top button