
ବଡ଼ବିଲ, ୨୭/୪ – ବିଜୁ ଜନତା ଦଳର ନବ ନିଯୁକ୍ତ କେନ୍ଦୁଝର ଜିଲ୍ଲା ସଭାପତି କୁଶ ଆପଟଙ୍କୁ ବଡ଼ବିଲରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା । ବଡ଼ବିଲ ପିଏଚଡି ସ୍ଥିତ ଐକ୍ୟକ୍ଷେତ୍ର ଶ୍ରୀମଣ୍ଡପଠାରେ ବଡ଼ବିଲ ବିଜୁ ଜନତା ଦଳ ବଡ଼ବିଲ ନଗର ତରଫରୁ ଶନିବାର ସନ୍ଧ୍ୟାରେ ଭବ୍ୟ ସମର୍ଦ୍ଧନା ଜ୍ଞାପନ କରାଯାଇଛି । ଏନେଇ ବରିଷ୍ଠ ବିଜେଡି ନେତା ବିଜୟ ମହାନ୍ତିଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।

ଆୟୋଜିତ ଏହି ସଭାରେ ନଗର ସଭାପତି ଅନନ୍ତ ମହାକୁଡ଼, ବଡ଼ବିଲ ପୋରଧ୍ୟକ୍ଷା ସରସ୍ଵତୀ ନାଏକଙ୍କ ସହ ବହୁ ସଂଖ୍ୟାରେ ବିଜେଡିର ପୁରୁଖା, ମହିଳା ଓ ଯୁବ କର୍ମକର୍ତ୍ତାଙ୍କ ସହ ବିଜୁପ୍ରେମୀ ଯୋଗଦେଇ ଜିଲ୍ଲା ସଭାପତି କୁଶ ଆପଟଙ୍କୁ ଫୁଲମାଳ ଏବଂ ପୁଷ୍ପଗୁଛ ଦେଇ ଭବ୍ୟ ସମର୍ଦ୍ଧନା ଜଣାଇଥିଲେ। ଏହି ସଭାରେ କୁଶ ଆପଟଙ୍କ ନେତୃତ୍ୱରେ ବଡ଼ବିଲ ଅଞ୍ଚଳର ୩୫ଜଣ ଯୁବକ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ।

ଜିଲ୍ଲାର ସମସ୍ତ ୬ ଗୋଟି ବିଧାନସଭା ଓ ଲୋକସଭା ଆସନରେ ବିଜେଡି ବହୁ ଭୋଟରେ ବିଜୟୀ ହେବ ବୋଲି ଶ୍ରୀ ଆପଟ କହିଥିଲେ । ସମସ୍ତେ ଏକ ମନ ଏକ ପ୍ରାଣରେ ଏଥର ଯୋଡ଼ି ଶଙ୍ଖକୁ ବିପୁଳ ଭୋଟରେ ଜୟଯୁକ୍ତ କରିବା ସହ ଷଶ୍ଠ ଥର ପାଇଁ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ସକାଶେ ଆହ୍ବାନ ଦେଇଥିଲେ ଜିଲ୍ଲା ସଭାପତି କୁଶ ଆପଟ ।
