କେନ୍ଦୁଝରଜିଲ୍ଲାରାଜନୀତି

ପାଟଣା ଭଗପୋଶିରେ ବିଜୁ ଜନତା ଦଳ ପକ୍ଷରୁ ନବୀନ ଓଡ଼ିଶା ସାରଥୀ ସମାବେଶ

ପାଟଣା, ୨୭/୦୪ – କେନ୍ଦୁଝର ଲୋକସଭା ଅଧିନ ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ଭଗପୋଶି ଠାରେ ଶନିବାର ପାଟଣା ବିଜୁ ଜନତା ଦଳ ତରଫରୁ ନବୀନ ଓଡ଼ିଶା ସାରଥୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଅତିଥି ଭାବରେ ପାଟଣା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଡଃ ହରିଶ ଚୌଧୁରୀ, ସଂଯୋଜକ କାନନ ବିହାରୀ ପହି, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ, ବରିଷ୍ଠ ବିଜେଡ଼ି ନେତା ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାଏକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଦୀପକ ରାଜ୍, ପାଟଣା ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ସାହାରପଡା ବ୍ଲକ ସଭାପତି ଦୀଲ୍ଲିପ କୁମାର ସାହୁ, ଝୁମ୍ପୁରା ବ୍ଲକ ସଭାପତି ଯଦୁମଣି ରାଉତ, ଚମ୍ପୁଆ ବ୍ଲକ ସଭାପତି ଭାଗିରଥି ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜଦେଓ, ନିରଞ୍ଜନ ତ୍ରିପାଠୀ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ସାହାରପଡା ବ୍ଲକ ଅଧ୍ୟକ୍ଷା ରୀନା ନାଏକ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ପାଟଣା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଅଜୟ ପଟ୍ଟନାୟକ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାଏକ ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ପାଟଣା ନିର୍ବାଚନ ମଣ୍ଡଳୀର ୫୬ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ, ନାଏବ ସରପଞ୍ଚ ଓ ଓ୍ବାର୍ଡ ମେମ୍ବର ଉପସ୍ଥିତ ଥିଲେ।

Show More

Related Articles

Back to top button