ଅପରାଧକେନ୍ଦୁଝରଜିଲ୍ଲା

ଅବକାରୀ ବିଭାଗର ଚଢ଼ାଉ; ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ମହୁଲ ମଦ ଜବତ, ୨ ମଦ ମାଫିଆ ଗିରଫ ୩ ଫେରାର

ପାଟଣା, ୨୭/୦୪ – କେଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ତୁରୁମୁଙ୍ଗା ଥାନା ହିରାପଶି ଗ୍ରାମରେ ଅବକାରୀ ବିଭାଗ ଚଢାଉ କରିଥିଲା । ଚଢ଼ାଉରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମହୁଲି ମଦ ଜବତ କରି ମହୁଲ ପୋଚ ନଷ୍ଟ କରିବା ସହ ମଦ ରନ୍ଧା ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ । ଏଥିସହ  ୫ଟି ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ହୀରାପଶି ଗ୍ରାମର ପଦ୍ମ ମାଝୀ(୪୩) ଓ ବାଲିସାହିର ଝରଣା ମାଝୀ (୨୬) ।
ପଦ୍ମଙ୍କ ପାଖରୁ ଏକ ବାଇକ୍ ଜବତ କରିଛି ଅବକାରୀ ବିଭାଗ । ଦୀର୍ଘଦିନ ଧରି ହୀରାପଶି ଗ୍ରାମରେ ଥିବା ଏକ ପୋଖରୀ କୁଳରେ ବେଆଇନ ଭାବରେ ଦେଶୀ ମହୁଲି ମଦ ପ୍ରସ୍ତୁତ କରାଯାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଥିଲା। ଚଢ଼ାଉରେ ମାଜିଷ୍ଟେଟ ଭାବରେ ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ଡେପୁଟି ସୁପରିଟେଣ୍ଡେଣ୍ଟ୍ ପ୍ରବୀଣ ପ୍ରଧାନ ଏବଂ ସ୍ପେଶାଲ୍ ଏନଫୋର୍ସମେଣ୍ଟ ୟୁନିଟର ଡେପୁଟି ସୁପରିଟେଣ୍ଡେଣ୍ଟ୍  ଦିବ୍ୟ ରଂଜନ ଦୀପଙ୍କ ସହିତ ଜିଲ୍ଲା ମୋବାଇଲ୍ ୟୁନିଟ୍  ଏକ୍ସାଇଜ୍ ଇନ୍ସପେକ୍ଟର ଶ୍ରୀ ଚନ୍ଦନ କୁମାର ମଣ୍ଡଳ ଏବଂ  ସଦର ଇନିସ୍ପେକ୍ଟର ଶ୍ରୀ ବେଣୁଧର ସାମଲଙ୍କ ସମେତ ପାଟଣା,ସଦର, ଝୁମ୍ପୁରା, ଚମ୍ପୁଆ ଅବକାରୀ କର୍ମଚାରୀଙ୍କ ସହ ୩ପ୍ଲାଟୁନ ପୋଲିସ ଫୋର୍ସ ସମେତ ତୁରୁମୁଙ୍ଗା ଥାନା କର୍ମଚାରୀ ସାମିଲ  ଥିଲେ। ଚଢାଉ ସମୟରେ ୨୨୭୫  ଲିଟର ମହୁଲି  ମଦ ଏବଂ ୧୩.୮୨୫  କିଲୋଗ୍ରାମ ମହୁଲ ପୋଚ  ନଷ୍ଟ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ୩ଜଣ  ଚଢାଉ ଟିମକୁ ଦେଖି ଘଟଣା ସ୍ଥଳରୁ ଫେରାର ମାରିଛନ୍ତି । ନଷ୍ଟ କରାଯାଇଥିବା ପୋଚ ଓ  ଜବତ ହୋଇଥିବା ମହୁଲି ମଦର ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସ କହିଛନ୍ତି ।

Show More

Related Articles

Back to top button