ରାଜନୀତିରାଜ୍ୟ

ବିଜେଡିର ଆଉ ୩ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର, ୨୭/୦୪ – ବିଜେଡି ଆଉ ୩ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ୩ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଭୋଗରାଇରୁ ଗୌତମବୁଦ୍ଧ ଦାସ, ବେଗୁନିଆରୁ ପ୍ରଦୀପ ସାହୁ ଓ ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଆଜିର ଏହି ୩ ଆସନକୁ ମିଶାଇ ବିଜେଡି ଏବେ ସୁଦ୍ଧା ୧୪୪ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ଆଉ ୩ଟି ବିଧାନସଭା ଆସନ ଖଣ୍ଡପଡ଼ା, ନୀଳଗିରି ଓ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜୁ ଜନତା ଦଳ ।

Show More

Related Articles

Back to top button