କେନ୍ଦୁଝରଜିଲ୍ଲା

ଅବସର ପ୍ରାପ୍ତ ସ୍ଥଳ ସେନା କର୍ମଚାରୀଙ୍କ ବିୟୋଗରେ ଶୋକ ।

ପାଟଣା/୧୩/୦୩ – କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମହିଷାମୁଣ୍ଡି ଗ୍ରାମର ସ୍ଥଳ ସେନାବାହିନୀ ବିହାର ରେଜୀମେଣ୍ଟର ଅବସର ପ୍ରାପ୍ତ ନାଏକ ବସନ୍ତ କୁମାର ମହାପାତ୍ରଙ୍କ ଭୁବନେଶ୍ଵର ଏକ ହସ୍ପିଟାଲରେ ହୃଦଘାତ ଜନିତ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।  ସେ ୨ ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ କେନ୍ଦୁଝର ଓ ପରେ ଭୁବନେଶ୍ଵରକୁ ସ୍ଥାନାନ୍ତର କରାଯାଇଥିଲା । ବୁଧବାର ତାଙ୍କ ମରଶରୀର ପୈତୃକ ଗ୍ରାମ ମହିଷାମୁଣ୍ଡିରେ  ପହଞ୍ଚିବାପରେ ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ ପାଟଣା, ସାହାରପଡାର  କର୍ମକର୍ତ୍ତାମାନେ ଅନ୍ତିମ ଦର୍ଶନ କରିଥିଲେ ।  ମରଶରୀର ଉପରେ ଜାତୀୟ ପତାକା ରଖି ପୁଷ୍ପଅର୍ପଣ କରି ନୀରବ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏଥି ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା  ଜଣାଇଥିଲେ ।

ସୈନିକ କଲ୍ୟାଣ ସଂଗଠନର ଅଧ୍ୟକ୍ଷ କ୍ୟାପଟେନ ଉପେନ୍ଦ୍ର ମହାନ୍ତ, ଉପାଧ୍ୟକ୍ଷ ଜୁନିଅର ୱାରେଣ୍ଟ ଅଫିସର ଭଗବାନ ମହାନ୍ତ, ସମ୍ପାଦକ ସୁବେଦାର ନାରାୟଣ ବାରିକ୍ , ନାଏବ ସୁବେଦାର ଭରତ ଚନ୍ଦ୍ର ମହାନ୍ତ, ୱାରେଣ୍ଟ ଅଫିସର ନିତ୍ୟାନନ୍ଦ ମହାନ୍ତ, ସୁବେଦାର ମେଜର ଚତୃଭୂଜ ମହାନ୍ତ, ସୁବେଦାର ପଦ୍ମଲୋଚନ ମହାନ୍ତ, ନାଏବ ସୁବେଦାର ମାୟାଧର ନାଏକ, ହାବିଲଦାର ତ୍ରିଲୋଚନ ମହାନ୍ତ, ହାବିଲଦାର ଖଗେଶ୍ବର ନାଏକ, ନାଏବ ସୁବେଦାର ବାଳକୃଷ୍ଣ ମହାନ୍ତ, ପୁରନ୍ଦର ମହାନ୍ତ, ହାବିଲଦାର ହାଡିବନ୍ଧୁ ମହାପାତ୍ର, ନାଏକ ହେମନ୍ତ ମହାନ୍ତ, ନାଏକ ଧନେଶ୍ଵର ମହାନ୍ତ ପ୍ରମୂଖ ସାମିଲ ହୋଇଥିଲେ।

Show More

Related Articles

Back to top button