
ବଡ଼ବିଲ, ୨୬/୦୪ – ଏନ୍ ଏଚ୍ ୫୨୦ ଭଦ୍ରାସାହି ନିକଟରେ ଲକ୍ଷ୍ମୀ ବସକୁ ଧକ୍କାଦେଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଲକ୍ଷ୍ମୀ ବସଟି ବଲାଣୀ ପଞ୍ଚାୟତରୁ ଯୋଡ଼ା ବ୍ଲକ୍ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । OD09 V 4316 ନମ୍ବର ହାଇୱାଟି ଲକ୍ଷ୍ମୀ ବସକୁ ଓଭରଟେକ୍ କରିବାକୁ ଯାଇ ବସର ପଛଭାଗ ଡାହାଣପଟରେ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣାରେ ବିଶେଷ କିଛି କ୍ଷତି ହୋଇ ନ ଥିବାବେଳେ, ବସରେ ଯାଉଥିବା ସମସ୍ତ ୨୫ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି ।