
ଯୋଡ଼ା,୨୩/୦୪ – କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳରେ ନବ ନିର୍ମିତ ବହୁମୁଖୀ ଇନଡୋର୍ ଷ୍ଟାଡିୟମ ଉଦଘାଟନର ଦୁଇ ମାସ ନ ପୁରୁଣୁ ଷ୍ଟାଡିୟମର କାନ୍ଥ ଫାଟ ସୃଷ୍ଟି ହେବା ସହ ବିମରୁ ସିମେଣ୍ଟ ପ୍ଲାଷ୍ଟର ଅତଡା ଖସୁଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳକୁ ଯାଇ ଅଧିକ ତଥ୍ୟ ସଂଗ୍ରହ କଲାବେଳେ ସେଠାରେ ଥିବା କ୍ରୀଡାବିତମାନେ କହିଥିଲେ ଯେ, ଗତ ୭ଦିନରୁ ଅଧିକ ବିତି ଯାଇଥିଲେ ହେଁ ଷ୍ଟାଡିୟମରେ ଜଳ ଯୋଗାଣ ସମ୍ପୂର୍ଣ ବନ୍ଦ୍ ହୋଇଯାଇଛି, ଫଳରେ ଶୌଚାଳୟରେ ପାଣି ନାହିଁ । ସମ୍ମୁଖରେ ଥିବା ଘାସ ଗାଲିଚା, ବଗିଚାରେ ଥିବା ଗଛପତ୍ର ଜଳାଭାବରୁ ଶୁଖି ଗଲାଣି । ଷ୍ଟାଡିୟମକୁ ଯାଉଥିବା ବିଭିନ୍ନ ବର୍ଗର ଖେଳାଳୀମାନେ ପାନୀୟ ଜଳ ଟିକେ ପାଇ ପାରୁନାହାଁନ୍ତି । ମହିଳା ଜିମ୍ ପ୍ରକୋଷ୍ଠରେ ଥିବା କଂକ୍ରିଟ ବିମରୁ ସିମେଣ୍ଟ ପ୍ଲାଷ୍ଟର ଖସି ବଜୁରି ଦେଖାଯାଉଛି । ପୁରୁଷ ଜିମ୍ ପ୍ରକୋଷ୍ଠରେ ମଧ୍ୟ କାନ୍ଥ କ୍ରାକ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ,ଗତ ମାର୍ଚ୍ଚ ୧୩ ତାରିଖରେ ଏହି ଷ୍ଟାଡିୟମ ଲୋକାର୍ପିତ ହୋଇଥିଲା ।