ଅପରାଧକେନ୍ଦୁଝରଜିଲ୍ଲା

୩ ଛେଳି ଚୋର ଗିରଫ; ବୋଲେରୋ, ମୋବାଇଲ ଜବତ ଓ ଛେଳି ଉଦ୍ଧାର ।

ଯୋଡା,୨୩/୦୪ – ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଅଞ୍ଚଳରୁ ବୋଲେରୋରେ ଛେଳି ଚୋରିକରି ଫେରାର ହେଉଥିବାବେଳେ, ଚମ୍ପୁଆରୁ ବୋଲେରୋ ସମେତ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଘଟଣାରେ ସଂପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଯୋଡ଼ା ପୋଲିସ ଗିରଫ କରିଛି । ଏମାନେ ହେଲେ, ସୟାବାଲି ଅଞ୍ଚଳର ସାଜନ ବାରିକ, କମୋଡ ଅଞ୍ଚଳର ହରିହର ଘଣା ଓ ଚମ୍ପୁଆ ଫଗୁ ଅଞ୍ଚଳର ଶରତ ରଞ୍ଜନ ଗିରି । ପୋଲିସ ଏମାନଙ୍କ ଠାରୁ ୩ଟି ମୋବାଇଲ ଫୋନ୍ ଜବତ କରିଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ, ସୋମବାର ଅପରାହ୍ନରେ ଭାରତୀ ମହାନ୍ତଙ୍କ ୬ଟି ଛେଳି ପଡ଼ିଆରେ ବୁଲୁଥିବାବେଳେ ଏକ ବୋଲେରୋ ନଂ ଓଡି ୦୯ ଟି ୪୯୫୯ରେ ଚୋରମାନେ ଆସି ଛେଳିଙ୍କୁ ଗାଡ଼ିରେ ଲୋଡକରି ଚମ୍ପୁଆ ଅଭିମୁଖେ ଫେରାର ହେଉଥିଲେ ।ଏହି ଛେଳି ଚୋରି ସମ୍ପର୍କରେ ଭାରତୀ ମହାନ୍ତ ତୁରନ୍ତ ଯୋଡ଼ା ପୋଲିସକୁ ଫୋନକରି ଜଣାଇଥିଲେ ।

ସୂଚନା ପାଇବା ପରେ ପୋଲିସ ଉକ୍ତ ବୋଲେରୋକୁ ପିଛାକରି ଚମ୍ପୁଆ ଛକ ନିକଟରେ ଅଟକାଇବା ସହ ଯାଞ୍ଚ କରିବା ପରେ ବୋଲେରୋକୁ ଜବତ୍ କରି ଛେଳିଙ୍କୁ ଉଦ୍ଧାର କରିଥିଲା ଏବଂ ଚୋରା ଚାଲାଣରେ ସଂପୃକ୍ତ ଥିବା ୩ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହି ଛେଳି ଚୋର ଗ୍ୟାଙ୍ଗ, ଯୋଡା-ବଡ଼ବିଲ ଅଞ୍ଚଳରେ ସକ୍ରିୟରହି ଗୃହପାଳିତ ପଶୁ ଚୋରି କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏ ନେଇ ଯୋଡା ଥାନାରେ କେସ୍ ନଂ ୧୬୦/୨୪, ଦଫା ୩୭୯, ୩୪ ଆଇପିସିରେ ମାମଲା ରୁଜ୍ଜୁକରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା  ଯୋଡ଼ା ପୋଲିସ ସୂଚନା ଦେଇଛି ।

Show More

Related Articles

Back to top button