
ବ୍ୟୁରୋ, ୨୩/୦୪ – ବିଜେଡିର ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କ ବିରୋଧରେ ଲାଗିଲା ବ୍ୟାନର । ପାଟଣା ନିର୍ବାଚନ ମଣ୍ଡଳୀର ତେଲିପଡ଼ା ଗାଁର ଏକ ଗଛରେ ଏହି ବ୍ୟାନର ଲଗାଯାଇଛି । ପ୍ରଚାର ପାଇଁ ଗାଁକୁ ନ ଆସିବା ପାଇଁ ବ୍ୟାନରରେ ଅନୁରୋଧ କରାଯିବା ସହିତ ତାଙ୍କୁ ଭୋଟ ଦେବେ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।
ତେଲିପଡ଼ା ଗ୍ରାମରେ YASS କାମକୁ ଗାଁର ଯୁବକ ଯୁବତୀ ମାନଙ୍କୁ ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ସ୍ଥାନାନ୍ତରଣ କଲେ । ଯେତେ ଅନୁରୋଧ କଲେ ବି ଫୋନ୍ ରିସିଭ୍ କଲେନାହିଁ କି କଥା ଶୁଣିଲେ ନାହିଁ । ଏଣୁ ଗ୍ରାମକୁ ପ୍ରଚାର ପାଇଁ ଆସନ୍ତୁ ନାହିଁ, ଆମେ ଭୋଟ ଦେବୁନାହିଁ । ପ୍ରଚାର ପାଇଁ ଆସିଲେ ସମ୍ମାନ ଦେବୁ କିନ୍ତୁ ଭୋଟ ଦେବୁନାହିଁ ବୋଲି ବ୍ୟାନରରେ ଲେଖାଯାଇଛି । ଏଥିସହ ଜଗନ୍ନାଥ ନାଏକଙ୍କ ଏକ ଫଟୋ ରହିଥିବାବେଳେ, ତା’ଉପରେ ଛକଚିହ୍ନ ମରାଯାଇଛି ।
ଏହି ବ୍ୟାନର ଲାଗିଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ପାଟଣା ନିର୍ବାଚନ ମଣ୍ଡଳୀରେ ଆଲୋଚନାର ବିଷୟ ହୋଇଛି ।
