କେନ୍ଦୁଝରଜିଲ୍ଲା

ପାଟଣା ରେଞ୍ଜରେ ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା; ୩ଦିନରେ ଭାଙ୍ଗିଲା ୯ଘର, ଲୋକେ ଭୟଭୀତ

ମାଧପୁର ଗ୍ରାମରେ ଝିଅ ବାହାଘର ପାଇଁ ରଖାଯାଇଥିବା ଡାଲିଚାଉଳ ଖାଇଗଲା ହାତୀ

ପାଟଣା, ୨୩/୦୪ – କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୩ଦିନ ହେଲାଣି ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇ ୯ରୁ ଉର୍ଦ୍ଧ୍ବ ଘରଭାଙ୍ଗି ଘରଭିତରୁ ଧାନଚାଉଳ ଖାଇ ନଷ୍ଟ କରିଦେଇଛି। ବିଳମ୍ବିତ ରାତିରେ ଏହି ଦନ୍ତା ଗାଁ ଭିତରେ ପଶି ଆତଙ୍କ ଖେଳାଇ ଗଣ୍ଡବେଡା, ସିଲିପଦା ନୂଆପଡା ଏବଂ ଜଗନ୍ନାଥପୁର ଗ୍ରାମରେ ୫ଟି ଘରଭାଙ୍ଗି ଚୁରମାର କରିଦେଇଥିବାବେଳେ, ମାଧପୁର ଗ୍ରାମର ସୁହାଗ ନାଏକଙ୍କ ଆସନ୍ତା ୧୧ ତାରିଖରେ ଝିଅ ବାହାଘର ଥିବାରୁ ବାହାଘର ପାଇଁ ରଖା ଯାଇଥିବା ଦୁଇ କ୍ୱିଣ୍ଟାଲ ଚାଉଳ ସହ ଡାଲି ମଧ୍ୟ ଖାଇଦେଇଛି ଦନ୍ତା । ଏବେ କିପରି ସେ ଝିଅ ବାହାଘର କରିବେ ସେନେଇ ଚିନ୍ତାରେ ରହିଛନ୍ତି । କ୍ଷତିଗ୍ରସ୍ତଙ୍କୁ ବନ ବିଭାଗ ପକ୍ଷରୁ କ୍ଷତିପୁରଣ ଦେବାକୁ ଦାବି ହୋଇଛି । ଏବେ ଭର୍ତିଆବସା ଗାଁ ନିକଟରେ ଦନ୍ତା ହାତୀ ଘୁରି ବୁଲୁ ଥିବା ବେଳେ, ବନ କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି ।

Show More

Related Articles

Back to top button