କେନ୍ଦୁଝରଜିଲ୍ଲାରାଜନୀତି

ପାଟଣା ବ୍ଲକର ୫ଟି ପଞ୍ଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ ।

ପାଟଣା,୨୨/୦୪ – କେନ୍ଦୁଝର ପାଟଣା ବ୍ଲକ ଡୁମୁରିଆ, ପଲାଣ ଘାଟି, ଚିନାମାଳୀପଶି, ମୂଷାଖୋରି ଓ ମିରିଖୋଜି ପଞ୍ଚାୟତର ବିଜେଡି  କର୍ମକର୍ତ୍ତାଙ୍କୁ ନେଇ ସୋମବାର ବୁଥସ୍ତରୀୟ ବିଜେଡି  ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ବ୍ଲକ ପର୍ଯ୍ୟବେକ୍ଷକ ଦୀପକ ରାଜ, ପୂର୍ବତନ ପାଟଣା ବ୍ଲକ ଅଧକ୍ଷ ବିଶ୍ଵନାଥ ନାୟକ, ମୂଷାଖୋରୀ ପଞ୍ଚାୟତ ସରପଞ୍ଚ ଭାମାମଣି ଦାସ, ବ୍ଲକ ମହିଳା ମୋର୍ଚ୍ଚା  ଉପସଭାପତି ଧରିତ୍ରୀ ମହାନ୍ତ, ମୀରିଖୋଜି ସମିତି ସଭ୍ୟା ଦ୍ରୌପଦୀ ମହାନ୍ତ, ପୂର୍ବତନ ଚିନାମାଳିପଶି ସରପଞ୍ଚ କନକଲତା ନାଏକ, ବିରଞ୍ଚି ପଲେଇ, ପ୍ରଫୁଲ୍ଲ ବେହେରା ପ୍ରମୁଖ ଉପସ୍ଥିତ ରହି ଆଗାମୀ ନିର୍ବାଚନ ନେଇ କର୍ମୀଙ୍କ ସହ ଦଳୀୟ ସ୍ଥିତିନେଇ ଆଲୋଚନା କରିଥିଲେ ।

ଡୁମୁରିଆ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଦଳର କିଛି କର୍ମୀମାନେ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିଲେ। ନୂତନ ଭାବେ ଦଳରେ ଯୋଗଦେଇଥିବା କର୍ମୀଙ୍କୁ ବିଧାୟକ ଜଗନ୍ନାଥ ନାଏକ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ।

Show More

Related Articles

Back to top button