କେନ୍ଦୁଝରଜିଲ୍ଲାରାଜନୀତି

ଚମ୍ପୁଆ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ରଣନୀତି ଆରମ୍ଭ ।

ଚମ୍ପୁଆ,୨୨ା୦୪ – ଚଳିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚମ୍ପୁଆ ବିଧାନସଭା ଆସନରେ ହେଭିୱେଟ୍ ନେତା ତଥା ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ନାଁ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭି କେ ପାଣ୍ଡିଆନ ଓ ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ସନାତନ। ଅନ୍ୟପକ୍ଷରେ ଚମ୍ପୁଆ ଅଞ୍ଚଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ତାଙ୍କ ନାଁ ଘୋଷଣା ପରେ ଆଜି ଚମ୍ପୁଆରେ ଚମ୍ପୁଆ ବ୍ଲକର ଜିଲାପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ, ସରପଂଚ, ସମିତି ସଭ୍ୟ ଓ ପୁରୁଖା କର୍ମି ମାନଙ୍କୁ ନେଇ ଆଗାମୀ ରଣନୀତି ଆରମ୍ଭ ହୋଇଛି। ଚମ୍ପୁଆ ଏନଏସି ଅଧ୍ୟକ୍ଷ ତଥା ବିଜୁଜନତା ଦଳର ଯୁବ ନେତା ଗିରିଜା ଶଙ୍କର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାୟ ଶତାଧିକ କର୍ମି ଓ ଜନପ୍ରତିନିଧି ଏଥିରେ ଯୋଗ ଦେଇଥିଲେ। ଶ୍ରୀ ସାହୁ, ସନାତନ ମହାକୁଡଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ଚମ୍ପୁଆ ବାସୀଙ୍କ ପକ୍ଷରୁ ଦଳ ସୁପ୍ରିମ ନବିନ ପଟ୍ଟନାୟକ, ଭିକେ ପାଣ୍ଡିୟାନ ଓ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେବା ସହିତ ଚଳିତ ସାଧାରଣ ନିର୍ବାଚନରେ ବିଜୁଜନତା ଦଳର ପ୍ରାର୍ଥୀ ମାନଙ୍କୁ ବିପୁଳ ପରିମାଣରେ  ଭୋଟ ଦେଇ ଜିତାଇବା ଏବଂ ଭୋଟ ହାର ବୃଦ୍ଧି କରିବା ଉପରେ ମତ ରଖିଥିଲେ। ଏହା ସହିତ ଗ୍ରାମାଞ୍ଚଳରେ  ବିଜୁଜନତା ଦଳର ବିଭିନ୍ନ ଜନହିତକର କାର୍ଯ୍ୟକୁ ନେଇ ଭୋଟରମାନଙ୍କ ପଖକୁଯାଇ ଦଳ ସପକ୍ଷରେ ଭୋଟ ପାଇଁ ଆକୃଷ୍ଟ କରିବା ଉପରେ ଆଲୋଚନା କରାଯାଇଥିଲା।

Show More

Related Articles

Back to top button