କେନ୍ଦୁଝରଜିଲ୍ଲାରାଜନୀତି

ନବ ନିଯୁକ୍ତ ବିଜେଡି ଜିଲ୍ଲା ସଭାପତି କୁଶ ଆପଟଙ୍କୁ ସମ୍ବର୍ଦ୍ଧନା ।

ଚମ୍ପୁଆ/୨୦/୦୪ – ଚମ୍ପୁଆର ହେଭିୱେଟ ନେତା କୁଶ ଆପଟ କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ଭାବେ  ନିଯୁକ୍ତ ହେବାପରେ ଆଜି ତାଙ୍କର ଶୁଭେଚ୍ଛୁ ଓ ସମର୍ଥକମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ବିଜେଡି ଦଳ ଆଜି ତାଙ୍କୁ  କେନ୍ଦୁଝର ତାଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତି କରିବାପରେ ବିଜେଡି ଜିଲ୍ଲା ସଂଖ୍ୟା ଲଘୁ ସେଲ୍ ସଭାପତି ନିସାର ହୟାତଙ୍କ ନେତୃତ୍ୱରେ ବହୁ ବିଶିଷ୍ଟ ବିଜେଡି କର୍ମୀ ତାଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଆଗମୀ ନିର୍ବାଚନରେ ତାଙ୍କ ନେତୃତ୍ୱରେ ସଫଳତାର ସହ ଜିଲ୍ଲାର ୬ ଟି ଯାକ ବିଧାନସଭା ଆସନ ଓ ଗୋଟିଏ ସଂସଦୀୟ କ୍ଷେତ୍ରରେ ବିଜୟ ହାସଲ କରିବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ । ଜିଲ୍ଲାରେ ତାଙ୍କ ବଳିଷ୍ଠ ନେତୃତ୍ୱ ଦଳକୁ ଆହୁରି ମଜଭୂତ କରିବ ବୋଲି ସେମାନେ ଆଶାବାଦୀଥିବା କହିଥିଲେ । 

Show More

Related Articles

Back to top button