କେନ୍ଦୁଝରଜିଲ୍ଲାରାଜନୀତିରାଜ୍ୟ

ଚମ୍ପୁଆ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ସନାତନଙ୍କ ଶିବିରରେ ସେଲିବ୍ରେସନ୍ ।

ବିଭିନ୍ନ ସ୍ଥାନରେ ବାଣ ଫୁଟାଇବା ସହ ପରସ୍ପରକୁ ମିଠା ଖୁଆଇ ନାରାବାଜି କଲେ ସନାଙ୍କ ସମର୍ଥକ ।

ବ୍ୟୁରୋ/୨୦/୦୪ – ସମସ୍ତଙ୍କୁ ପଛରେ ପକାଇ ବିଜେଡି ଟିକେଟ ହାତେଇବାରେ ବାଜି ମାରିନେଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼ । ସିଟିଂ ଏମଏଲଏ ମିନାକ୍ଷୀ ମହନ୍ତଙ୍କ ଟିକେଟ କାଟି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିଵା ପରେ ସନାଙ୍କ ଶିବିର ଚଳଚଞ୍ଚଳ ହୋଇଉଠିଛି । ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଏକ ପ୍ରକାର ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବଡ଼ବିଲ, ଯୋଡ଼ା, ଚମ୍ପୁଆ ଆଦି ଅଞ୍ଚଳରେ ସନାତନଙ୍କ ସମର୍ଥକ ଉତ୍ସାହିତ ହୋଇ ସେଲିବ୍ରେସନ୍ କରିଛନ୍ତି ।  ବିଭିନ୍ନ ସ୍ଥାନରେ ବାଣ ଫୁଟାଇବା ସହ ପରସ୍ପରକୁ ମିଠା ଖୁଆଇ ନାରାବାଜି କରିଛନ୍ତି । ଆଗାମୀ ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ବାଜିମାତ୍ କରିବ ବୋଲି ସନାଙ୍କ ସମର୍ଥକ ଦୃଢକ୍ତି ପ୍ରକାଶ କହିଛନ୍ତି । ସେହିପରି କେନ୍ଦୁଝର ବାସୀଙ୍କ ସୁଖଦୁଃଖରେ ସାଥୀ ହୋଇ ନବୀନଙ୍କ ବିକାଶ ଧାରାକୁ ସନାତନ ଆହୁରି ଆଗେଇ ନେବେ ବୋଲି ସେମାନେ କହିଛନ୍ତି ।

Show More

Related Articles

Back to top button