ଖେଳରାଜ୍ୟ

ଯୋଡ଼ାରେ ଲୋକାର୍ପିତ ହେଲା ବହୁମୁଖୀ ଇନଡୋର ଷ୍ଟାଡିୟମ, ଜାଣନ୍ତୁ କ’ଣ ରହିଛି ସୁବିଧା ।

ଯୋଡ଼ା/୧୩/୦୩ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏକକାଳୀନ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି। ଏଥିରେ ସାମିଲ ରହିଛି ଯୋଡ଼ା ପୌରପାଳିକାର  ବହୁମୁଖୀ ଇନଡୋର ଷ୍ଟାଡିୟମ । ସହରର ୯ ନଂ ୱାର୍ଡ଼ରେ ସାଢେ଼ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବାତାନୁକୁଳିତ  ଇନଡୋର ଷ୍ଟାଡିୟମରେ ଆଧୁନିକ ତଥା ଉନ୍ନତ ମାନର ୨ଟି ଜିମ୍ନାସିୟମ ସହିତ ୩ଟି ଟେବୁଲ ଟେନିସ କୋର୍ଟ, ୪ଟି ବ୍ୟାଡମିଣ୍ଟନ କୋର୍ଟ  ଓ  ଅନ୍ୟ କ୍ରୀଡା ଓ ଯୋଗ ପାଇଁ ସୁବିଧା ଉପଲବ୍ଧ କରାଯାଇଛି ।

ଯୋଡ଼ା ଅଞ୍ଚଳର କ୍ରୀଡାବିତ ମାନେ ଏହାର ଫାଇଦା ନେଇ ପାରିବେ ।ଏହା ପ୍ରାୟ ଦୁଇ ମାସ ପାଇଁ ନିଶୁଳ୍କ ରହିବ ଏବଂ ପରବର୍ତ୍ତୀ ସମୟରେ ଶୁଳ୍କ ଆଦାୟ କରାଯିବ ବୋଲି ସୂଚନା ମିଳିଛି ।

ବୁଧବାର ଅପରାହ୍ନରେ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ସ୍ଥାନୀୟ ବିଧାୟିକା ମିନାକ୍ଷୀ ମହାନ୍ତ, ଯୋଡ଼ା ପୌର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ, ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର, ବିଜେଡ଼ି ଜିଲ୍ଲା ସମ୍ପାଦକ ବାବୁଲାଲ ସାହୁ, ଯୁବ ସଂଗଠକ ସୁଶାନ୍ତ କୁମାର ବାରିକ, ନିର୍ବାଚିତ ପ୍ରତିନିଧି ଏବଂ କ୍ରୀଡାବିତଙ୍କ ସମେତ ବହୁ ସଂଖ୍ୟାରେ ପୌରାଞ୍ଚଳବାସୀ ଉପସ୍ଥିତ ରହିଥିଲେ ।

ଯୋଡାର ବିକାଶ କ୍ଷେତ୍ରରେ ଏହି ଇନଡୋର ଷ୍ଟାଡିୟମ ଆଉ ଏକ ମାଇଲ ଖୁଣ୍ଟ ଭାବେ ଯୋଡିହେଲା ଏବଂ ଏହାଦ୍ୱାରା ଆମ ଅଞ୍ଚଳର କ୍ରୀଡ଼ାବିତ, ଯୁବ ଓ ଛାତ୍ରସମାଜ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ସହରବାସୀ।

Show More

Related Articles

Back to top button