
ଭୁବନେଶ୍ୱର/୨୦/୦୪ – ବିଜେଡି ଆଜି ତା’ର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୯ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘୋଷିତ ୯ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଏହି ତାଲିକାକୁ ମିଶାଇ ବିଜେଡି ସମୁଦାୟ ୧୩୫ଟି ଆସାନପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ, ଏଥିରେ ୩୨ ଜଣ ମହିଳାଙ୍କୁ ବିଧାନସଭା ଟିକେଟ ଦେଇଛି ।
ସେହିପରି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ଜଣ ବିଧାୟକଙ୍କ ଟିକେଟ କଟିଛି। ବଡ଼ଚଣା ବିଧାୟକ ଅମର ଶତପଥୀ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମେତ, ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତଙ୍କ ଟିକେଟ କାଟିଛି ଦଳ ।
ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା…
ଚିଲିକା- ରଘୁନାଥ ସାହୁ
ଆନନ୍ଦପୁର- ଅଭିମନ୍ୟୁ ସେଠୀ
ସାରସକଣା- ଦେବାଶିଷ ମାରାଣ୍ଡି
କରଞ୍ଜିଆ- ବାସନ୍ତୀ ହେମ୍ବ୍ରମ୍
ରେମୁଣା- ବିଦ୍ୟାସ୍ମିତା ମହାଲିକ
ସିମୁଳିଆ -ଶୁଭାସିନୀ ସାହୁ
ବଡଚଣା- ବର୍ଷା ପ୍ରିୟଦର୍ଶିନୀ
କେନ୍ଦ୍ରାପଡା- ଗଣେଶ୍ବର ବେହେରା
ଚମ୍ପୁଆ- ସନାତନ ମହାକୁଡ