ଜିଲ୍ଲାବୌଦ୍ଧରାଜ୍ୟ

ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ରନାଥ ପାଢ଼ୀ ।

ବୌଦ୍ଧ/୧୯/୦୪ – ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ରନାଥ ପାଢ଼ୀ। ଶିକ୍ଷୟିତ୍ରୀ ଅନୁସୟା ନାୟକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ ।

ସୂଚନା ଅନୁଯାୟୀ, ହରଭଙ୍ଗା ବ୍ଲକ ଅଧିନ ବୁରୁବୁଡ଼ା  ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନୁସୟା ନାୟକଙ୍କର ବିଇଓ ଅଫିସରେ କିଛି ପ୍ରଶାସନିକ କାର୍ଯ୍ୟ ଅଟକି ରହିଥିଲା । କାମଟି କରି ଦେବା ପାଇଁ ବିଇଓ ଅଫିସର ବରିଷ୍ଠ କିରାଣି ରବୀନ୍ଦ୍ରନାଥ ପାଢ଼ୀ ତାଙ୍କୁ ମୋଟ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହା ପରେ ଶିକ୍ଷୟିତ୍ରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ମୁତାବକ ଆଜି ଶିକ୍ଷୟିତ୍ରୀ ଜଣଙ୍କ କିରାଣି ରବୀନ୍ଦ୍ରନାଥ ପାଢ଼ୀଙ୍କୁ ପ୍ରଥମ କିସ୍ତିର ୨୦ ହଜାର ଟଙ୍କା ଦେଇଥିଲେ। ଠିକ୍ ଏତିକିବେଳେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ମାଡ଼ି ବସିଥିଲେ । ଏହା ପରେ ତାଙ୍କ ବୁଟୁପାଲି ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଥିଲା ।

Show More

Related Articles

Back to top button